ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ରୋଳା ଜଳ ପ୍ରପାତ; ରୋଳା ଜଳପ୍ରପାତ ରେ ପର୍ଯ୍ୟଟକ ଙ୍କ ଭିଡ଼

ସୋରଡ଼ା, ୧୦/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରୁଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ବଡ଼ଗଡ଼ ନିକଟସ୍ଥ ରୋଳା ଜଳ ପ୍ରପାତ, ରୋଳା ର ପ୍ରାକୃତିକ ପରିବେଷ ର ସବୁଜିମା ରାଶି ସହ ଜଳ ପ୍ରପାତ ପର୍ଯ୍ୟଟକମାନଙ୍କୁ ଟାଣି ଆଣୁଚି | ବର୍ତମାନ ବଣଭୋଜି ର ଋତୁ ଚାଲିଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ପର୍ଯ୍ୟଟକ ମାନେ ରୋଳା ରେ ଭିଡ଼ ଲଗାଉଛନ୍ତି ବଣ ଭୋଜି ପାଇଁ | କିଏ ରୋଳା ର ଜଳରାଶି ରେ ଗାଧୋଇ ମଜା ନେଉଛି ତ କିଏ ସଙ୍ଗୀତ ର ତାଳେ ତାଳେ ନାଚି ନାଚି ମଜା ନେଉଛି ତ ଆଉ କିଏ ରୋଷେଇ କରିବାରେ ମଜିଯାଇଛି ଓ ଛୋଟ ଛୋଟ ଛୁଆ ମାନେ ବିଭିନ୍ନ ଖେଳରେ ମାତି ମଜା ନେଉଛନ୍ତି l

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ବଡ଼ଗଡ଼ ଠାରୁ ପାଞ୍ଚ କିଲୋମିଟର ଦୂରରେ ରହିଛି ରୋଳା ଜଳପ୍ରପାତ l ଦୁଇ ବର୍ଷ ପୂର୍ବରୁ ରୋଳା ଘଞ୍ଚ ଜଙ୍ଗଲ ଭିତରେ ଲୁକାୟିତ ଅବସ୍ଥାରେ ପଡିରହିଥିଲା କାରଣ ରୋଳା ବାହ୍ୟ ଜଗତ ରୁ ବିଛିନ୍ନ ଥିଲା | ରୋଳା କୁ ଖଣ୍ଡେ ରାସ୍ତା ନଥିଲା କି ସେଠି ଭଣଭୋଜୀ ପାଇଁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନଥିଲା | ରୋଳା ଘଞ୍ଚ ଜଙ୍ଗଲ ଭିତରେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଜାବୁଡି ଧରି ପଡିରହିଥିଲା |

ଏବେ ଦକ୍ଷିଣ ଘୁମୁସର ବନଖଣ୍ଡ ବଡ଼ଗଡ଼ ବନବିଭାଗ ଅଧିକାରୀ  ଅଞ୍ଜନ ନାୟକ ଙ୍କ ତତ୍ୱାବଧାନ ରେ ବନବିଭାଗ ରୋଳା ର ରୂପରେଖ ରେ ପରିବର୍ତନ ଆଣିଛି l ପ୍ରଥମତଃ ରୋଳା କୁ ଯିବା ପାଇଁ ଭଲ ମେଟଲ ମୁରମ ରାସ୍ତା ଖଣ୍ଡିଏ କରିବା ପରେ ରୋଳା କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଆଧୁନିକ ସାଜସଜ୍ଜା ଯଥା ପିଣ୍ଡି, ଗାଯିବ, ଆର୍କ ବ୍ରିଜ ସେଠାକାର ପର୍ଯ୍ୟଟନ କୁ ଅଧିକରୁ ଅଧିକ ରୁଦ୍ଧିମନ୍ତ କରୁଛି, କହିବାକୁ ଗଲେ ବଡ଼ଗଡ଼ ବନବିଭାଗ ର ପ୍ରୟାସ ରେ ରୋଳା ଜଳପ୍ରପାତ ଏବେ " ଡେ ଇକୋ ଟିରୋଜମ " ଭାବେ ପରିଚିତ ହେବାରେ ଲାଗିଛି l ଦିନ କୁ ଦିନ ପର୍ଯ୍ୟଟକ ଙ୍କ  ଭିଡ଼ ବଢ଼ିବାରେ ଲାଗିଛି | 

ରୋଳା ଜଳପ୍ରପାତ ର ରୂପରେଖ ରେ ପରିବର୍ତ୍ତନ ସହ ଆଧୁନିକତା ର ଛୁଙ୍କ ବାଜିଥିବାରୁ ଏହି ବଣଭୋଜି ଋତୁ ରେ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ରୋଳା କୁ ଆସୁଛନ୍ତି | କିନ୍ତୁ ଅଣ ଓସାରିଆ ଆବୁଡ଼ା ଖାବୁଡ଼ା ମାଟି ରାସ୍ତା ସହ ସୀମିତ ସଂଖ୍ୟକ ପିଣ୍ଡି ଓ ଗାଯିବ ପର୍ଯ୍ୟଟକଙ୍କୁ ଆଂଶିକ ନିରାଶ କରୁଛି | ତତସହିତ ଯଦିବା ବଡ଼ଗଡ଼ ବନବିଭାଗ ସେଠି ପାନୀୟ ଜଳ ବ୍ୟବସ୍ଥା କରିଛି କିନ୍ତୁ ଏତେ ସଂଖ୍ୟକ ପର୍ଯ୍ୟଟକ ଙ୍କ ପାଇଁ ତାହା ପର୍ଯ୍ୟାପ୍ତ ହୋଇପାରୁନାହିଁ | ଏଣୁ ଯଦି ରୋଳା ପାଇଁ ଏକ ପକାସଡକ ସହ ରୋଳା ଜଳ ପ୍ରପାତ ନିକଟରେ ପାନୀୟ ଜଳ ର ବ୍ୟବସ୍ଥା ବିସ୍ତୃତ କରାଯିବା ସହିତ ଆବର୍ଜନା ପରିଚାଳନା ପାଇଁ କୁଣ୍ଡ ନିର୍ମାଣ ଓ ତତସହିତ ପର୍ୟ୍ୟଟକ ଙ୍କ ସଂଖ୍ୟାକୁ ଦୃଷ୍ଟି ରେ ରଖି ପିଣ୍ଡି ଓ ଗାଯିବ ସଂଖ୍ୟା ବୃଦ୍ଧି ସହ ଗାଡି ପାର୍କିଂ ବ୍ୟବସ୍ଥା କୁ ବଢାଇବା ପାଇଁ ପର୍ଯ୍ୟଟକ ମାନେ ଦାବି କରିଛନ୍ତି | ଯଦି ରୋଳାଜଳ ପ୍ରପାତ ର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ହୋଇପାରିବ ତେବେ ରୋଳା ମଧ୍ୟ ଓଡିଶା ମାନଚିତ୍ର ରେ ଏକ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ହାସଲ କରିବା ସହ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ରେ ପରିବର୍ତ୍ତନ ଆସିବ |