
ଚୌଦ୍ୱାର (ଶିବବ୍ରତ ଦାସ) ଟାଙ୍ଗୀ ଚୌଦ୍ୱାର ବ୍ଲକ ରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡିଯାଇଥିଲା ବେଳେ ଏବେ ଜଣେ ନିଶା ସକ୍ତ ପ୍ରଧାନ ଶିକ୍ଷକଙ୍କୁ ସେହି ସ୍କୁଲ ର ଛାତ୍ରଛାତ୍ରୀ ମାନେ ଅଭିଭାବକଙ୍କ ଦ୍ୱାରା ତାଙ୍କୁ ଘଉଡ଼ାଇବା ସହ ସ୍କୁଲରେ ତାଲା ପକେଇବା ଘଟଣା ଅଂଚଳରେ ଚର୍ଚ୍ଚା ଜୋର ଧରିଛି l ପ୍ରକାଶ ଯେ ଏହି ବ୍ଲକ ଶାଳ ଗାଁ ପଂଚାୟତ ର ଜୟପୁର ପ୍ରାଥମିକ ସରକାରୀ ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଯାଏ ଶ୍ରେଣୀ ଥିବା ବେଳେ ଏଠାରେ ଦୁଇ ଜଣ ଶିକ୍ଷକ ଦାଇତ୍ୱ ରେ ଅଛନ୍ତି l ଏମାନଙ୍କ ମଧ୍ୟରୁ ପ୍ରଧାନ ଶିକ୍ଷକ ବାବୁଲି ସିଂ ପ୍ରତେକ ଦିନ ମଦ୍ୟପାନ କରି ସ୍କୁଲ କୁ ଆସୁଥିବା ବେଳେ ଆଜି ସ୍କୁଲର ଛାତ୍ରଛାତ୍ରୀ ମାନେ ବିରକ୍ତି ପ୍ରକାଶ କରି ନିଜର ପରିବାରକୁ ଖବର ଦେଇଥିଲେ l ଖବର ପାଇ ସ୍କୁଲର କମିଟି ଓ ଗ୍ରାମବାସୀ ମାନେ ସ୍କୁଲରେ ତାଲା ପକାଇବା ସହ ବ୍ଲକ ଶିକ୍ଷା ମଣ୍ଡଳ ଅଧିକାରୀ ଙ୍କୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ଶିକ୍ଷା ଅଧିକାରୀ ପହଂଚି ଶିକ୍ଷା କମିଟି ଓ ଗ୍ରାମବାସୀ ଙ୍କ ସହ ଆଲୋଚନା ପରେ ନିଶା ସକ୍ତ ପ୍ରଧାନ ଶିକ୍ଷକ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରକାଶ କରିଥିଲେ l ଅନ୍ୟ ପକ୍ଷ ରେ ନିଶା ସକ୍ତ ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ସେ କହିଲେ ଆଜି ଜମା ଗୋଟିଏ ଆସିକା ଫର୍ଟି ପିଇଛନ୍ତି l