ପିଏମ ଶ୍ରୀ କଖଡ଼ି ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଟାଙ୍ଗୀ -ଚୌଦ୍ୱାର (ଶିବବ୍ରତ ଦାସ )- କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ପିଏମ ଶ୍ରୀ ପିଏମ ଶ୍ରୀ କଖଡ଼ି ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି lଏହି ଉତ୍ସବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କଳ୍ପନା ଛତାର ମୁଖ୍ୟ ଅତିଥିଭାବେ ଯୋଗ ଦେବା ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ବିଦ୍ୟାଳୟ ର ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ଅତିଥି ମାନଂକୁ ଉତ୍ତରୀୟ ପ୍ରଦାନ ସହିତ ସମ୍ବର୍ଦ୍ଧନା ଦିଆଯାଇ ଥିଲା l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ଗଳ୍ପ ଓ କବିତା ମାନ ଉପସ୍ଥାପନା ସହିତ ଭବିଷ୍ୟତ ରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କିପରି ଭାବେ ସହାୟକ ହେବ ବୋଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ରଞ୍ଜିତ କୁମାର ନାୟକ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି l ଏହି ଭଳି କାର୍ଯ୍ୟକ୍ରମ ଦ୍ୱାରା ଓଡ଼ିଆ ଭାଷା, ସଂସ୍କୃତି ତଥା ଓଡ଼ିଆ ଅସ୍ମିତା ବଜାୟ ରହିବ ବୋଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି l ଶେଷ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂଗୀତ ପରିବେଷଣ ସହ ସଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ପ୍ରଦୀପ କୁମାର ମହନ୍ତ, ଶ୍ରୀ ନାରୟଣ ସହୋଇ,ଶ୍ରୀ ସନ୍ତୋଷ କୁମାର ବେଦାନ୍ତ ପ୍ରମୁଖ ଉପସ୍ଥିତ ଥିଲେ l