
ନୂଆପଡା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡା, ଅଞ୍ଚଳରେ ମାତିଛନ୍ତି ଚୋର, ଚୋର ପ୍ରତି ସାବଧାନ। କିଛି ଦିନ ହେଲା ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ମାନଙ୍କରେ ଚୋର ମାତିଛନ୍ତି। ସେମାନଙ୍କ ଟାର୍ଗେଟରେ ଅଛି ଘର ବାହାରେ ବ୍ୟବହୃତ ହେଉଥିବା ଇଲେକ୍ଟ୍ରି ମଟର ଏବଂ କେବୁଲ ତାର । ଚାଷଜମିରେ ବ୍ୟବହୃତ ହେଉ ଅବା ପାନୀୟଜଳ ଯୋଗାଣ ପ୍ରକଳ୍ପରେ ବ୍ୟବହୃତ ହେଉଥିବା ମଟର ପମ୍ପ ଏବଂ କେବୁଲ ତାରକୁ କାଟିକି ଚୋରି କରୁଛନ୍ତି ଚୋର। ଏହାସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛିଏଭଲିଏକଚୋରିହୋଇଥିବା ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ଗ୍ରାମ ପଞ୍ଚାୟତର ପାନୀୟଜଳ ଯୋଗାଣ ପ୍ରକଳ୍ପର ଦୁଇଗୋଟି ମଟର ପମ୍ପ ଘରେ । ପ୍ରାପ୍ତ ସୂଚନା ମୁତାବକ ଚଟିଆଗୁଡା ଏବଂସାଗୁନଭାଡିଗ୍ରାମରେପାନୀୟଜଳ ଯୋଗାଣ ପାଇଁ ଦୁଇଟି ମଟର ପମ୍ପ ରହିଅଛି, ଗୋଟିଏଚଟିଆଗୁଡା ଝରିଆ ବଣ ନିକଟସୁ ଉଦନ୍ତୀ ନଦୀ ତଟରେ ଏବଂ ଆରଟି ସାଗୁନଭାଡି ଉଦନ୍ତୀ ଖେଳପଡିଆ ନିକଟରେ । ଗତ ବିଲମ୍ବିତ ରାତ୍ରିରେ ଉକ୍ତ ଦୁଇ ମଟରପମ୍ପରୁ୩୨୦ମିଟରତିନିଫେଜ୍ ର ଦାମି କେବୁଲ ତାରକୁ କାଟିକି କିଛିଦୁର୍ବୃତ୍ତଚୋରିକରିନେଇଯାଇଛନ୍ତି ଏବଂ ସେଠାରେ ଥିବା ବ୍ୟବହୃତ ଅନ୍ୟ ସାମଗ୍ରୀ ମାନଙ୍କୁ ଭଙ୍ଗାରୁଜ କରିଛନ୍ତି ଫଳରେ ଭକ୍ତି ଦୁଇ ଗ୍ରାମରେ ପାନୀୟଜଳ ଯୋଗାଣ ବନ୍ଦ ହୋଇଯାଇଛି । ଲୋକେ ପାନୀୟଜଳ ଅଭାବରୁ ନାହିଁ ନ ଥୂବାଅସୁବିଧାରସମ୍ମୁଖୀନହେଉଛନ୍ତି । ମଟର ପମ୍ପଚାଳକକମଳଲୋଚନ ମଶ୍ରା ଏହି ଚୋରି ଘଟଣାକୁ ନେଇ ସ ପି.ଇ.ଓ ଙ୍କୁ ଅବଗତକଲାପରେ, ପଞ୍ଚାୟତ ତରଫ ଫରୁ ସିନାପାଲି ବ୍ଲକ ବିଭାଗୀୟ ଅଧିକାରୀଙ୍କୁ ଏହି ଖବର ଜଣେଇ ସାରିଛନ୍ତି। ସରପଞ୍ଚ ଏବଂ ଉକ୍ତ ଗ୍ରାମବାସୀତିବ୍ରପ୍ରତିକ୍ରିୟା ପ୍ରକାଶ କରି, ଏହି ଏହି ଚୋରି ଘଟଣାର ତଦନ୍ତ ପାଇଁ ଥାନାରେ ଏତଲା ଦିଆଯିବା ସହିତ ତୁରନ୍ତି ପାନୀୟଜଳ ଯୋଗାଣ ପାଇଁ ଗ୍ରାମ ପଞ୍ଚାୟତ ଅଧୂକାରୀ ଏବଂ ବ୍ଲକ ବିଭାଗୀୟ ଅଧିକାରୀ ତତ୍ପରତା ଦେଖାଇ କାର୍ଯ୍ୟକରିବା ଆବଶ୍ୟକ ବୋଲି ଦାବି କରୁଛନ୍ତି। ଏଭଳି ଚୋରି ଘଟଣାକୁ ପ୍ରତିରୋଧ କରିବାପାଇଁ କିଛି ନା କିଛି ବିକଳ୍ପ ବାହାର କରିବାକୁ ପଡିବ। ଅଗକୁ ଦେଖୁବାର ଅଛି, ଏହି ସମସ୍ୟାର ସମାଧାନ କେବେ ହେଉଛି ।