
ନୂଆପଡ଼ା, 13/02/2026 (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡ଼ା ଜିଲ୍ଲାର ବୋଡ଼େନ ଥାନା ଅନ୍ତର୍ଗତ ଭଇଁଷାଦାନୀ ପଞ୍ଚାୟତର କାଠଫାର ଜଙ୍ଗଲରୁ ଏକ ସହ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଗୁପ୍ତଚର ସୂତ୍ରରୁ ସୂଚନା ପାଇ ପୁଲିସ ଫେବୃଆରୀ ୧୦ ତାରିଖରେ ନୂଆପଡା ଡିଭିଏଫଓ centralReservePoliceForce(ସିଆରପିଏଫ)ର ୨୧୬ ବାଟାଲିୟନ ଯବାନମାନଙ୍କ ସହ ମିଳିତ ଭାବେ ନକ୍ସଲ ବିରୋଧୀ କମ୍ବ୍ରି ଅଭିଯାନ ଆରମ୍ଭ କରିଥିଲେ। ଆଜି ସକାଳୁ ଘନ ଜଙ୍ଗଲ ମଧ୍ୟରେ ଏହି କ୍ୟାମ୍ପ ଠାବ କରାଯାଇଥିଲା। କ୍ୟାମ୍ପରୁ ପ୍ରେସର କୁକର ଆଇଇଡି, ଟିଫିନ୍ଆଇଇଡି, ଡିଟୋନେଟର, ଦେଶୀ ପିସ୍ତଲ, ମୋବାଇଲ୍ ଚାର୍ଜର, ଷ୍ଟିଲ୍ ଡ୍ରମ୍, ରୋଷେଇ ସାମଗ୍ରୀ, ମାଓପୋଷାକ, ବ୍ୟାଗ୍, ସୋଲାର ପ୍ଲେଟ, ମାଓ ପତ୍ରିକା ଓ ରାଜନୀତିକ ଗାଇଡ୍ ମ୍ୟାପ୍ ଭଳି ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ପରେ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରକଗୁଡ଼ିକୁ ନିଷ୍କ୍ରିୟ କରିଥିଲେ। ପୁଲିସ ସୂଚନା ଅନୁଯାୟୀ, ଛତିଶଗଡ଼-ଓଡ଼ିଶା ସୀମାଞ୍ଚଳରେ କୌଣସି ଅଘଟଣ ଘଟାଇବା ପାଇଁ ମାଓବାଦୀମାନେ ଯୋଜନା କରୁଥିବା ସନ୍ଦେହ ରହିଛି।