
ଭଞ୍ଜନଗର ୧୩/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ଭଞ୍ଜନଗର ବରିଷ୍ଠ ଦେୱାନୀ ଜଜ ଦେବାଶିଷ ବିଶୋୟୀ ଏକ ଦୁଷ୍କର୍ମ ମାମଲାର ଶୁଣାଣୀ କରି ଏହି ଘଟଣାରେ ଅଭିଯୁକ୍ତ ଥିବା ଭଞ୍ଜନଗର ଥାନା ନୂଆଁପଲ୍ଲୀ ଗ୍ରାମର ମିଟୁ ସ୍ବାଇଁଙ୍କୁ ୭ ବର୍ଷ କାରାଦଣ୍ଡ ଶୁଣାଣୀ କରିବା ସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଶୁଣାଣୀ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ନେଇ ରାୟରେ ପ୍ରକାଶ କରିଛନ୍ତି। ମିଟୁ ଗତ ୨୦୦୪ ମସିହାରେ ଭଞ୍ଜନଗର ଥାନା ଅଞ୍ଚଳର ଜଣେ ଯୁବତୀ ସହ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ପିଡିତା ଜଣକ ଥାନାର ଦ୍ବରାସ୍ତ ହୋଇଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିଛି ଦିନ ପରେ ଜାମିନରେ ଆସିଥିବା ବେଳେ ଏହି ମାମଲାରେ ୧୮ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ଦଫା ୩୭୬ରେ ଦଣ୍ଡବିଧାନ କରି ଏହି ରାୟ ଶୁଣାଣୀ କରିଛନ୍ତି।