ଐତିହାସିକ ଯୋଗୀଗୁମ୍ଫାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରିଦର୍ଶନ: କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ବାଗତ।

ବାଲିପଦର:-୧୪/୦୨(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଠାରେ ଥିବା ଐତିହାସିକ ଯୋଗୀଗୁମ୍ଫା ଘୁମୁସର ରାଜ ବଂଶଧରଙ୍କ ସମ୍ପର୍କ ରହିଥିବାରୁ ଉକ୍ତ ସ୍ଥାନ ପର୍ଯ୍ୟଟନ ସ୍ଥାନର ମାନ୍ଯତା ଦାବୀ କରି ଆସିଛି। ବିଖ୍ଯାତ କାଷ୍ଠ ଶିଳ୍ପୀ ଯୋଗୀ ମହାରଣାଙ୍କ ଏହି ଗୁମ୍ଫା ସାଧନା ପିଠ ଥିଲା ନିଜ ଝିଅ କଳାବତୀ ଙ୍କର ଅବିକଳ କାଠର କଣ୍ଡେଇ ନିର୍ମାଣ କରି ଘୁମୁସର ରାଜା ଧନଞ୍ଜୟ ଭଞ୍ଜଙ୍କୁ ଉପହାର ଦେଇଥିବା କିମ୍ବଦନ୍ତୀ ରହିଛି। କଣ୍ଡେଇକୁ ହାତଧରି ଚଲାଇଲେ ଚାଲିପାରୁଥିବା କଥା କୁହା ଯାଇଅଛି। ଏହି ବିରଳ କଳାକୃତି ଘୁମୁସର ରାଜ୍ୟର ବାଲିପଦରରେ ରହିଥିବାରୁ ରାଜା ଧନଞ୍ଜୟ ଭଞ୍ଜ ଯୋଗୀ ମହାରଣାଙ୍କ ପରିବାର ବର୍ଗଙ୍କୁ ଶହଶହ ଭରଣ ଇନାମ ଜମି ଦାନ କରିଥିବା ପ୍ରମାଣ ରହିଛି। ଉକ୍ତ ସ୍ଥାନକୁ ପର୍ଯ୍ୟଟନ ସ୍ଥାନର ମାନ୍ଯତା ଓ କୃଷ୍ଣସାର ମ୍ରୁଗ ମାନଙ୍କର ସୁରକ୍ଷା ଟାୱାର ସହ ପାହାଡକୁ ପାବଛର ବ୍ୟବସ୍ଥା କରିବାକୁ ଅଞ୍ଚଳ ବାସିଙ୍କ ଦାବି ରହି ଆସିଥିଲା। ଗତ ୧୨ ତାରିଖ ଦିନ ବାଲିପଦର ସରପଞ୍ଚଙ୍କ ସହଯୋଗରେ ଗଞ୍ଜାମ ଜିଲ୍ଲାପାଳ ପରିଦର୍ଶନ କରି ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଆଜି ଯୋଗୀ ଗୁମ୍ଫା ପରିସରରେ ସରପଞ୍ଚ ପ୍ରତିନିଧି ସମାଜସେବୀ କୈଳସ ଚନ୍ଦ୍ର ପ୍ରଧାନଙ୍କ ପୌରହିତ୍ଯରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସର୍ବଶ୍ରୀ ରାଜେନ୍ଦ୍ର ମହାରଣା, ଦ୍ୟୁତିକୃଷ୍ଣ ବିଶ୍ବାଳ, ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ପଦ୍ମ ଲୋଚନ ଗୌଡ, ସନ୍ୟାସୀ ମହାରଣା, ଜି. ସଞ୍ଜିବ କୁମାର ପାତ୍ର, ଦେବରାଜ ମହାରଣା, କୋରା ମଣି ମହାରଣା, କବିରାଜ ପରିଡା, ଦୂର୍ଯ୍ୟୋଧନ ମହାରଣା, ପୁରୁଷୋତ୍ତମ ମହାରଣା, ରଘୁନାଥ ମହାରଣା, ସିମାଞ୍ଚଳ ସାହୁ, କୁନା ମହାରଣା, ଧର୍ମେନ୍ଦ୍ର ବାଡତ୍ୟା, ଟୁନା ମହାରଣ, ସିମାଞ୍ଚଳ ପଣ୍ଡା ପ୍ରମୁଖ ଯୋଗଦେଇ ପରବର୍ତ୍ତୀ କାର୍ଯ୍ୟ ପନ୍ଥା ସ୍ଥିର କରବା ସହ କଳାବତୀ ଠାକୁରାଣୀଙ୍କ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ।