ଦେବୀନଗର ରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ରେ ଦିବ୍ୟଜ୍ୟୋତି ଯୁବ ପରିଷଦ ବିଜୟୀ

ଚୌଦ୍ଵାର (ଶିବବ୍ରତ ଦାସ) : ବାଣୀପଦା ପଂଚାୟତ ଦେବୀନଗ ଆଜାଦ କ୍ଳବ୍ ଆନୁକୁଲ୍ୟରେ ଦେବୀନଗର ମିନି ଷ୍ଟାଡିୟମ୍ ରେ ଲକ୍ଷ୍ମୀଧର ଭୂୟାଁ ଓ ଶଙ୍କରୀ ପ୍ରସାଦ ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । କ୍ଳବ୍ ର ଉପଦେଷ୍ଟା ତିର୍ଥାନନ୍ଦ ସୁବୁଦ୍ଧିରାୟ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଲୁଙ୍କେଶ୍ୱର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ନବକିଶୋର ପଣ୍ଡା, ସମ୍ମାନୀତ ଅତିଥି ଭାବେ ପରିଷଦ ଅଜୟ ବେହେରା,ଲକ୍ଷ୍ମଣ ରାଉତ ,ଜଳଧରର ସୁବୁଦ୍ଧିରାୟ,ମଦନ ସୁବୁଦ୍ଧିରାୟ ଓ ଶ୍ରୀନିବାସ ସୁବୁଦ୍ଧିରାୟ ଯୋଗଦେଇଥିଲେ । ଟୁର୍ଣ୍ଣାମେଣ୍ଟ କୁ ନାରାୟଣ ସାହୁ ଓ ସଞ୍ଜୟ ମଝି ପରିଚାଳନା କରିଥିଲେ । ଆଜି ର ଫାଇନାଲ ମ୍ୟାଚ ରେ ପ୍ରିନ୍ସ କ୍ଳବ୍ କଖଡି କୁ ୩-୦ ଗୋଲରେ ଦିବ୍ୟଜ୍ୟୋତି ଯୁବ ପରିଷଦ ପାଇକରାପୁର ପରାସ୍ତ କରି ବିଜୟୀ ହୋଇଛି । ବିଜୟୀ ଦଳଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ବିର ମହାନ୍ତି,ଅଭିରାମ ସ୍ୱାଇଁ,ସୁବାସ ରାଉଳ,ପଙ୍କଜ ସୁବୁଦ୍ଧିରାୟ,ବିବେକାନନ୍ଦ ସୁବୁଦ୍ଧିରାୟ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।