
ପୁରୀ ୧୬/୨ : ପବିତ୍ର ମହାଶିବରାତ୍ରି ଅବସରରେ ପୁରୀ ସୁଦର୍ଶନ ନଗର ସ୍ଥିତ ଶ୍ରୀ ବାବା ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣ ଲୋକାରଣ୍ୟ ହୋଇ ଉଠିଥିଲା।ପ୍ରାତଃ କାଳରୁ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଧାଡ଼ି ରେ ରହି ଶ୍ରୀ ବାବା ବାଲୁଙ୍କେଶ୍ୱର ଙ୍କ ଦର୍ଶନ କରିଥିଲେ।ରାତ୍ରି ସାରା ଭକ୍ତ ମାନେ ମନ୍ଦିର ଚତୁର୍ପାଶ୍ୱ ରେ ଉଜାଗର ରହି ଦୀପ ଜାଳି ଥିଲେ। ମନ୍ଦିର ନିକଟରେ ଶ୍ରୀ ବାବା ବାଲୁଙ୍କେଶ୍ୱର ଦେବଙ୍କ ସଂସ୍କୃତି ଓ ସାହି ଟ୍ରଷ୍ଟ ର ମିଳିତ ସହଯୋଗରେ ମହାଶିବରାତ୍ରି ଅହୋରାତ୍ର ସାସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଉପଦେଷ୍ଟା ବସନ୍ତ ତ୍ରିପାଠି, ମନ୍ଦିର ପରିଚାଳନା କମିଟିର ସଦସ୍ୟ ସଂଗ୍ରାମ ତ୍ରିପାଠି, ବିଦ୍ୟl ଦାସ, ଶ୍ରୀ ବାବା ବାଲୁଙ୍କେଶ୍ୱର ଦେବ ସାଂସ୍କୃତିକ ସମ୍ପାଦକ ବାବୁଲି ଦାସ ,ସୁକାନ୍ତ ତ୍ରିପାଠି,ସସ୍ମିତା ତ୍ରିପାଠି, ଉଷା ତ୍ରିପାଠି ସଂସ୍କୃତି ରେ ଜାଗରର ମହତ୍ତ୍ଵ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସେମାନ ଙ୍କୁ ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଚିନ୍ତନ ପ୍ରଦାନ କରିବ ବୋଲି କହିଥିଲେ। ପ୍ରଦୀପ ଆଚାର୍ଯ୍ୟ ପରିଚାଳନା କରିଥିଲେ।ପରେ ବିବିଧ ଆଧ୍ୟାତ୍ମିକ ଭରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।