
ଭଞ୍ଜନଗର,୧୯/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ କୁଲାଡ ଠାରେ ପାଞ୍ଚ ଶହ ବର୍ଷର ପୁରାତନ ଐତିହ୍ୟ ଦୋଳଯାତ୍ରା ନିମନ୍ତେ ଗୁରବାର ଦିନ କୁଲାଡ଼ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଅଭିପ୍ସା ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ଥାନା ଏସ ଆଇ ଜୋଶ୍ନାମୟୀ ସାହୁ ଯୋଗାଦେଇଥିଲେ। ରାଜସ୍ବ ନିରୀକ୍ଷକ ଭଗବାନ ବେହେରା ପୂର୍ବ ବର୍ଷର ସମସ୍ତ ନୀତି କାନ୍ତି ପଠନ କରିଥିଲେ। କିନ୍ତୁ ଚଳିତ ବର୍ଷ ପୂର୍ଣ୍ଣମା ଦିନ ଚନ୍ଦ୍ର ଗ୍ରହଣ ଲେଗୁଥିବ କାରଣରୁ ଉକ୍ତ ଯାତ୍ରା ଚତୁର୍ଦଶୀ ଦିନ ରାତି ସମୟରେ ଚାରିଠାକୁର ଙ୍କ ମିଳନ ହେବା ନେଇ ପୁରୋହିତ ପୁରୁଷତ୍ତମ ମିଶ୍ର ପଞ୍ଜିକା ପଠନ କରି ଜଣାଇଛନ୍ତି। ଚଳିତ ବର୍ଷ ପ୍ରତିଦିନ ରାତ୍ରି ସମୟରେ ଫଗୁ ଦଶମୀ ୨୬ ଫେବୃଆରୀ ରେ ଏକାଦଶୀ ଫଗୁ ୨୭ ଫେବୃଆରୀରେ ଚୋରି ଭେଟ ୨୮ଫେବୃଆରୀରେ ସାନ ଭେଟ ୦୧ମୋର୍ଚ ରେ ଏବଂ ବଡ ଭେଟ ୦୨ ତାରିଖ ରାତ୍ର ୦୮ ଘଂଟିକା ସମୟରେ ବଡ ଦଣ୍ଡରେ ଅନୁଷ୍ଠିତହେବା ନେଇ ନିଷ୍ପତି ହୋଇଛି। ପୂର୍ବଦିନ ବଡ ଦାଣ୍ଡର ଉଭୟ ପାଖ ସଫା କରାଯିବା ସହ ଉଠା ଦୋକାନୀ ମାନଙ୍କୁ ଦୋକାନ ନ ଖୋଲିବାକୁ ନିର୍ଦେଶ ଦିଆଯାଇଛି। ସମସ୍ତ କାର୍ଯ୍ୟକ୍ରମ ପୌରାଣିକ ରୀତି ନୀତି ସହକାରେ କରାଯିବ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ସୁଯଗ ଯୋଗାଇ ଦିଆଯିବ ବୋଲି ଶ୍ରୀମତୀ ପଟନାୟକ ଜଣାଇଛନ୍ତି।ଗୋଲାପଡା ସରପଞ୍ଚ ସୁକାନ୍ତ ମଳିକ, କୁଲାଡ଼ ସରପଞ୍ଚ ପ୍ରତିନିଧି ରାଜୀବ ରାଜୁ ଚାରି ମନ୍ଦିର ପରିଚାଳନା କମିଟି ଏବଂ ସେବାୟତ ବୈଠକ ରେ ଉପସ୍ଥିତ ରହିଥିଲେ। ଅରକ୍ଷିତ ପରିଛା ପରିଚାଳନା କରିଥିଲେ। ପ୍ରକାଶ ଥାଉ କି ୧୭୬୦ ମସିହାରୁ ଏହି ମେଳଣ ପର୍ବ ଅନୁଷ୍ଠିତ ହୋଇ ଆସୁଛି। ଏହି ଦୋଳଯାତ୍ରା ଦେଖିବାକୁ ଭଞ୍ଜନଗର ଉପଖଣ୍ଡ ସମେତ ପଡୋଶୀ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ହଜାର ହଜାର ସଂଖ୍ୟା ରେ ଜନସାଧାରଣ ଙ୍କ ଭିଡ ଜମିଥିଲା।ବକୁଳ ଭୂଷଣ ଆଚରିଆର ରଙ୍ଗମ ତିରୁଚିର ପଲ୍ଲୀ ଦକ୍ଷିଣ ଭାରତରୁ ଆସି ନାରାୟଣ ପାଟଣା ରେ ପ୍ରଭୁ ଶ୍ରୀ ନାରାୟଣ ଙ୍କ ମନ୍ଦିର ସ୍ଥାପନ କରିବା ଠାରୁ ଏହି ପୁରାତନ ଯାତ୍ରା ହୋଇ ଆସୁଥିବା ସ୍ଥାନୀୟ ବରିଷ୍ଠ ନାଗରିକ ମାନେ ମତ ପ୍ରକାଶ କରିଥାନ୍ତି। ଏହା ଦଶମୀ ଠାରୁ ଆରମ୍ଭ ହୋଇ ପୂର୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଏହି ପର୍ବ ପାଳନ ହୋଇଥଏ । ଦୋଳ ପୁର୍ଣିମା ଦିନ ଭଞ୍ଜ ରାଜା ମାନଙ୍କ ଦ୍ବାରା ପ୍ରତିଷ୍ଠିତ ଚାରି ଠାକୁର ଶ୍ରୀ ନାରାୟଣ ସ୍ବାମୀ,ଶ୍ରୀ ଜଗନ୍ନାଥ ସ୍ବାମୀ,ଶ୍ରୀ ଗୋପୀନାଥ ସ୍ବାମୀ ଓ ଶ୍ରୀ ରଘୁନାଥ ସ୍ବାମୀ ଙ୍କ ମିଳନ କୁଲାଡ ବଡଦାଣ୍ଡରେ ଠାରେ ବହୁ ଆଡମ୍ବର ର ସହ ହୋଇଥାଏ । ରାଜଗୁରୁ ଶ୍ରୀ ତେଜ ନଥାନ୍ ଆୟଙ୍ଗାର ପ୍ରଥମେ ଫଗୁ ପକାଇ ଚାରି ଠାକୁର ଙ୍କ ହରିହର ଭେଟ କରିଥାନ୍ତି ।