ସିସି ଟିଭିରେ ଚୌଦ୍ୱାର ପୌରପାଳିକାର ଦୁର୍ନୀତି

ଚୌଦ୍ୱାର (ଶିବବ୍ରତ ଦାସ)ଚୌଦ୍ୱାର ପୌରାକାର୍ଯ୍ୟାଳୟରେ ବିଗତ ଦିନମାନଙ୍କରେ ହୋଇଥିବା ପିଡ଼ିଏସ, ଜାଗାମିସନ, ପେଟ୍ରୋଲ ଡିଜେଲ କିଣାରେ ଦୁର୍ନୀତି, କାର୍ଯ୍ୟ ନକରି ଯେଇ ନିଜ ନାମରେ ମିଥ୍ୟା ବିଲ କରିବା, ଟେଣ୍ଡର ଫିକ୍ସଙ୍ଗି କରିବା,ଧାର୍ଯ୍ୟଠାରୁ ଅଧିକା ଦରମାନେବା ଇତ୍ୟାଦିରେ ହୋଇଥିବା ଦୁର୍ନୀତି ଉପରେ ଉଚ୍ଚତମ ନ୍ୟାୟାଳୟ ଓ ଲୋକାୟୁକ୍ତରେ କେଶ ଚାଲିଥିବାବେଳେ କାର୍ଯ୍ୟାଳୟକୁ ଅଧିକାରୀ ଓ କର୍ମଚାରୀମାନେ କେଉଁ ସମୟରେ ଆସୁଛନ୍ତି ଓ କାର୍ଯ୍ୟାଳୟରୁ ଯାଉଛନ୍ତି ସେସବୁ ଜାଣିବାପାଇଁ ସିସି ଟିଭି ଫୁଟେଜ ମାଗିଥିଲେ ସୂଚନା ଅଧିକାର କର୍ମୀ ମନୋଜ ସାହୁ, ସେହିସବୁ ଫୁଟେଜ ଦେବାପାଇଁ ପୌରକାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ ଇଁ ସଞ୍ଜୟ କୁମାର ସାମଲ ମନୋଜ ସାହୁଙ୍କୁ ପେନ ଡ୍ରାଇଭ ଦେବାପାଇଁ ଚିଠି କରିଥିଲେ, ସେହିମୁତାବକ ଶ୍ରୀ ସାହୁ ଚାରିଗୋଟି ପେନ ଡ୍ରାଇଭ କାର୍ଯ୍ୟାଳୟରେ ଜମାକରିଥିଲେ, ଜମାକରିବା ସତ୍ୟେ ଭିଡ଼ିଓ ଫୁଟେଜ ନମିଳିବାରୁ ପ୍ରଥମ ଆପିଲେଟ ଏଥରଟି ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କ ନିକଟରେ ଶ୍ରୀ ସାମଲଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ, ଏହି ଅଭିଯୋଗ ଉପରେ ଶୁଣାଣି କରିବାନିମନ୍ତେ ତା -20/02/26 ଦିନକୁ ଧାର୍ଯ୍ୟକରି ମନୋଜ ସାହୁ ଓ ଶ୍ରୀ ସଞ୍ଜୟ ସାମଲଙ୍କୁ ନିଜ ଚାମ୍ବରକୁ ଡାକିଥିଲେ ନିର୍ବାହୀ ଅଧିକାରୀ, ନିର୍ଧାରିତ ସମୟରେ ସଞ୍ଜୟ ସାମଲ ଅନୁପସ୍ଥିତ ରହିବାସତ୍ୟେ ନିର୍ବାହୀ ଅଧିକାରୀ ଶ୍ରୀ ସାମଲଙ୍କ ଅନୁପସ୍ଥିତକୁ ଗୁରୁତ୍ୱ ଦେଲେନାହିଁ ଖାଲି ମନୋଜ ସାହୁଙ୍କ ଅଭିଯୋଗ ଶୁଣି ଚୁପ ରହିଲେ, ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତିଯେ ଭିଡ଼ିଓ ଫୁଟେଜ ଦେଲେ ନିଜେ ନିର୍ବାହୀ ଅଧିକାରୀ କେତେବେଳେ କାର୍ଯ୍ୟାଳୟକୁ ଆସୁଛନ୍ତି ତାହା ଜଣାପଡ଼ିଯିବା ଭୟରେ ଭିଡ଼ିଓ ଫୁଟେଜ ନ ଦେବାଲାଗି ଶ୍ରୀ ସାମଲଙ୍କୁ ନିର୍ବାହୀ ଅଧିକାରୀ ନିର୍ଦେଶ ଦେଇଥିବାଯୋଗୁ ଶ୍ରୀ ସାମଲ ଶୁଣାଣି ସମୟରେ ଅନୁପସ୍ଥିତ ରହିଥିଲେ, ଦେଖିବାକୁ ରହିଲା ନିର୍ବାହୀ ଅଧିକାରୀ ଏହା ଉପରେ କଣ ପଦକ୍ଷେପ ନେଉଛନ୍ତି