ଖଲି ନାୟକ ଜଣେ ପରୋପକାରୀ ଥିଲେ

ବେଲଗୁଣ୍ଠା ୨୨/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ମଙ୍ଗଳପୁର ଗ୍ରାମର ସ୍ବର୍ଗତ ଖଲି ନାୟକଙ୍କ ଏକାଦଶାହରେ ରବିବାର ସ୍ୱାମୀ ବୃନ୍ଦାବନ ନାୟକ ସ୍ମୃତିସ୍ଥଳରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଖଲି ନାୟକ ଜଣେ ପରୋପକାରୀ ସହ ଧର୍ମ ପରାୟଣା ଥିଲେ।ତାଙ୍କ ମୃତ୍ୟୁ ପରିବାର ତଥା ଗ୍ରାମବାସୀଙ୍କ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ପରିବାର ବର୍ଗ, ବନ୍ଧୁ ପରିଜନ ଏବଂ ମଙ୍ଗଳପୁର ଗ୍ରାମ ପଞ୍ଚାୟତର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ଅନେକ ସରକାରୀ ଓ ବେସରକାରୀ ଅଧିକାରୀ ଉପସ୍ଥିତ ରହି ସ୍ବର୍ଗାରୋହି ଖଲି ନାୟକଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ନାମ ସଂକୀର୍ତନ ସହ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା। ସ୍ଵର୍ଗାରୋହୀ ଖଲି ନାୟକ ହେଉଛନ୍ତି ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଙ୍କ ବଡ଼ ମା। ସ୍ମୃତି ଚାରଣ ସଭାରେ ପୁତ୍ର ଯୋଗେନ୍ଦ୍ର ନାୟକ ଓ ରବୀନ୍ଦ୍ର ନାୟକଙ୍କ ସମେତ ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ନାୟକ ଏବଂ ପରିବାର ବର୍ଗ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।