ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମରେ ୧୩ଟି ବିଦ୍ୟାଳୟର ଯୋଗଦାନ ବାଲିପଦର ପ୍ରଥମ

ଭଞ୍ଜନଗର:-୨୨/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ବ୍ରହ୍ମପୁର ପକ୍ଷରୁ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ବାଲିପଦର ମା’ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମରେ ବାସୁଦେବ ନଗର, ଅରବିନ୍ଦ ନଗର ବ୍ରହ୍ମପୁର, ମନ୍ଦାର, ହାତୀଓଟ, ବଡଗଡ଼, ପୋଲସରା, ବାଲିପଦର, କିନିଆରୀ, ମଙ୍ଗଳପୁର, ଶାଙ୍କୁଡା, ଖଲିଙ୍ଗ୍, ଆଙ୍କୁଶ ପୁର, ମାଣିତରା ପ୍ରଭ୍ରୁତି ୧୩ଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମରେ ଭାଗନେଇ ଥିଲେ। ଏହି ଅବସରରେ କ୍ରୁତୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ କାହ୍ନୁଚରଣ ବାଡତ୍ୟା ପୌରହିତ୍ଯ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବଡଲୋକ ହେବାକୁ ନୁହଁ ଭଲ ମଣିଷ ହେବାପାଇଁ ଶିକ୍ଷା ଅର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଖରିଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ଶିକ୍ଷା ବିକାଶ ସଂସ୍ଥାନ ସଂଯୋଜକ ପ୍ରକାଶ ଚନ୍ଦ୍ର ବିଷୋୟୀ, ମ୍ରୁତ୍ୟୁଞ୍ଜୟ ବିଷୋୟୀ, ଅଧିବକ୍ତା କୁମୁଦ ରଞ୍ଜନ ପଣ୍ଡା, ଗଣେଶ ଚନ୍ଦ୍ର ନାୟକ, ପୁର୍ଣ୍ଣ ଚନ୍ଦ୍ର ନନ୍ଦ, ଶିବରାମ ସନ୍ତୋଷ ରା, ଗଙ୍ଗୋତ୍ରୀ ବେହେରା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସିଲ୍ ଓ ମାନପତ୍ର ପ୍ରଦାନ କରିଥିଲେ। ସମସ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀ ମାନେ ନିଜନିଜ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀ ମାନଙ୍କୁ ଆଣି କାର୍ଯ୍ୟକ୍ରମରେ ସମ୍ମିଳିତ କରାଇ ଥିବାରୁ ବାଲିପଦର ବିଦ୍ୟାଳୟ ପକ୍ଷରୁ କାହ୍ନୁଚରଣ ବାଡତ୍ୟା ଧନ୍ଯବାଦ ଅର୍ପଣ କରିଥିଲେ।