
ଜଗନ୍ନାଥ ପ୍ରସାଦ ୨୪/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟାଗଣ୍ଡା ପଞ୍ଚାୟତ ର ୬ନମ୍ବର ୱାର୍ଡ ଜେନା ସହି ଅଚାନକ ଅଧ ରାତ୍ରରେ ନିଆଁ ଲାଗି ୫ ବଖରା ଘର ପୋଡି ଯାଇଛି ସେହି ଘରେ ବସବାସ କରୁଥିବା ସମସ୍ତ ପରିବାର ନିଘୋଟ ନିଦରେ ଶୋଇଥିବା ସମୟରେ ନିଆଁ ଲାଗିଥିଲା ହେଲେ ସେମାନେ ଘରେ ଗରମ ଲାଗିବାରୁ ଦେଖିଲାବେଳକୁ ସମ୍ପୂର୍ଣ ସମସ୍ତ ଘର ହୁତ ହୁତ ହୋଇଯଲୁଚି ଗ୍ରାମବାସୀ ନିଆଁ କୁ ଆୟତ୍ତ କରିନପାରି ଭଞ୍ଜନଗର ଦମକଳ ବାହିନୀ କୁ ଯୋଗାଯୋଗ କରିଥଲେ ହେଲେ ଦମକଳ ଆସି ନିଆଁ କୁ ଲିଭାଇଲା ବେଳକୁ ଘରେ ଥିବା ସମସ୍ତ ଆସଭାବ ପାତ୍ର ସହିତ ସମସ୍ତ ମୂଲ୍ୟବାନ କାଗଜ ଏବଂ ଧାନ ଚାଉଳ ପୋଡି ସମ୍ପୂର୍ଣ ଛାରଖାର ହୋଇଯାଇଥିଲା | ଗ୍ରାମର ବସନ୍ତ ନାୟକ,ତ୍ରିନାଥ ବିଶୋଇ, ପ୍ରଶାନ୍ତ ବିଶୋଇ,କନ୍ଧ ବିଶୋଇ,ହରିବନ୍ଧୁ ଜେନା ଙ୍କ ପ୍ରଶାସନ କୁ ଖବର ଦେବାରୁ ସେମାନଙ୍କୁ ଖାଲି ପାଲ ଖଣ୍ଡିଏ ହିଁ ସହଯୋଗ କରିଛି ବୋଲି କହିଛନ୍ତି ଗ୍ରାମର ୱାର୍ଡ ସଭ୍ୟ ଏବଂ କିଛି ଯୁବକ ହେଲେ ଏପରି କଷ୍ଟ କୁ ଗ୍ରାମ ଯୁବକଙ୍କଠାରୁ ଶୁଣି ଜଗନ୍ନାଥ ପ୍ରସାଦ ବ୍ଲକର ଜମଗୋରଡା ଗ୍ରାମର ସମାଜସେବୀ ରାଜ କିଶୋର କର ନିଜ ସମସ୍ତ ସହଯୋଗୀ ଙ୍କୁ ଧରି ସେହି ଜାଗାରେ ପହଞ୍ଚି ଅସହାୟ ପରିବାର କୁ ସହଯୋଗ ର ହାତ ବଢ଼ାଇ ଛନ୍ତି | ହେଲେ ଏତେ ଦୂରରୁ ଯାଇ ସେମାନଙ୍କୁ ଚାଉଳ, ଡାଲି ଠାରୁ ଚଳିବାକୁ ସମସ୍ତ ଜିନିଷ ସାହାଯ୍ୟ କରିବା ସହିତ ମହିଳା ମାନଙ୍କୁ ଲୁଗା ଏବଂ ପୁରୁଷ ମାନଙ୍କୁ ଲୁଙ୍ଗି ଏବଂ ଗାମୁଛା ପ୍ରଦାନ କରିଥଲେ ଯାହାକୁ ପାଇଁ ଗ୍ରାମବାସୀ ରାଜକିଶୋର ଏବଂ ତାଙ୍କ ସହଯୋଗୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ |