ଚୌଦ୍ୱାରରେ ବେଆଇନ ଗୁଟୁକା ସାମଗ୍ରୀ ଉପରେ କୋଡିଏ ଜାଗାରେ ଚଢ଼ାଉ,ଗୁଟୁକା ଜବତ ସହ ଫାଇନ ଆଦାୟ

ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ୱାରରେ ବେଆଇନ ଗୁଟୁକା ସାମଗ୍ରୀ ଉପରେ ଫୁଡ ସେଫଟି ସ୍କ୍ୱାର୍ଡ, ଚୌଦ୍ୱାର ପୁଲିସ, ଅବକାରୀ ବିଭାଗ ଓ ଡ୍ରଗ ସ୍କ୍ୱାର୍ଡ ର ମିଳିତ ସହାୟତା ରେ କୋଡିଏ ରୁ ଉର୍ଦ୍ଧ ଜାଗାରେ ଚଢ଼ାଉ ହୋଇଛି l ସୂଚନା ମୁତାବକ ଚୌଦ୍ୱାର ସ୍ଥିତ ନୁନଟିକିରି, କଳିଙ୍ଗ ଛକ, ଚରବାଟିଆ ଭଳି ଜନ ଗହଳି ପୂର୍ଣ୍ଣ ସ୍ଥାନ ଗୁଡିକରେ ବିଭିନ୍ନ ଦୋକାନ ଗୁଡିକରେ ବେଆଇନ ଭାବେ ବିପୁଳ ପରିମାଣ ରେ ବିକୁଥିବା ଗୁଟୁକା ସାମଗ୍ରୀ ଜବତ କରିଥିଲେ l ଏବଂ ସେମାନଙ୍କ ଉପରେ ସ୍କ୍ୱାର୍ଡ ଜୋରିମାନା କରି ସେମାନଂକୁ ଛାଡିଦେଇଥିଲେ l ଏହା ସହ ଆଗାମୀ ଦିନ ରେ ଏହି ଅଂଚଳ ଗୁଡିକ ରେ ଚଢ଼ାଉ ଜାରି ରହିବ ବୋଲି ଫୁଡ ସେଫଟି ସ୍କ୍ୱାର୍ଡ ର ବରିଷ୍ଠ ଅଧିକାରୀ ଶ୍ରୀମତୀ ଅଭିନନ୍ଦିତା ପରିଜା ଓ ଡ୍ରଗ ସ୍କ୍ୱାର୍ଡ ର ଇନିସସ୍ପେକ୍ଟର ଶ୍ରୀମତୀ ଶର୍ମିଲା ସାହୁ ମତ ପ୍ରକାଶ କରିଛନ୍ତି l