
ଭଞ୍ଜନଗର ୨୮/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଭଞ୍ଜନଗର ମେଇନ ରୋଡ଼ ସ୍ଥିତ ୟୁନିଅନ ବ୍ୟାଙ୍କ ଶାଖା ୨ ରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ କର୍ମଚାରୀ ଶ୍ରୀ ବିଜୟ କୁମାର ପାଳଙ୍କୁ ବ୍ୟାଙ୍କ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି |ଏହି ଅବସରରେ ବ୍ୟାଙ୍କ ଶାଖା ପରିଚାଳକ ରଜତ କୁମାର ମହନ୍ତଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ଉତ୍ସବରେ ଓଡିଶା ରାଜ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ବ୍ରହ୍ମପୁର ଡିଭିଜନର ସମ୍ପାଦକ ଉଜଳେଶ୍ୱର ଦାସ, ସହସମ୍ପାଦକ ସୁଜିତ କୁମାର ମିଶ୍ର, ସୁଦୀପ୍ତ ରଞ୍ଜନ ପାତ୍ର, ଜଗନ୍ନାଥ ପାଳ ଯୋଗ ଦେଇ ଅବସରକାଳୀନ ସମୟରେ ଜଣେ ବ୍ୟାଙ୍କ କର୍ମଚାରୀର ଜୀବନ କାହାଣୀ ଉପରେ ନିଜ ମତ ପ୍ରକାଶ କରିଥିଲେ ଏଥିସହ ଶ୍ରୀ ପାଳ ଜଣେ ଦକ୍ଷ କର୍ମଚାରୀ ହିସାବରେ ବ୍ୟାଙ୍କରେ ପ୍ରତ୍ୟକ ଦିନ ଠିକ ସମୟରେ ବ୍ୟାଙ୍କକୁ ଆସିବା ସହ ସମସ୍ତ ଗ୍ରାହକଙ୍କ ସହ ସୁସମ୍ପର୍କ ଗଠନ କରିପାରିଥିଲେ ସେ ଜଣେ ବରିଷ୍ଠ କର୍ମଚାରୀ ରହିଥିଲେ ଏଥିସହ ଭଞ୍ଜନଗର ଆଖପାଖ ଅଂଚଳରେ ପାଳ ବାବୁ ନାମରେ ମଧ୍ୟ ସେ ବେସ ପରିଚିତ ଏଥିସହ ପୂର୍ବରୁ ଆନ୍ଧ୍ର ବ୍ୟାଙ୍କ ଥିବା ସମୟରେ ପ୍ରଥମେ ଭଞ୍ଜନଗର ଶଖାରୁ ନିଜର ଚାକିରୀ ଜୀବନ ଆରମ୍ଭ କରିବା ପରେ ଆସ୍କା ଓ ନିମିନା ବଦଳି ହୋଇ ପୁଣି ଭଞ୍ଜନଗର ଶାଖାରେ ଦପ୍ତରୀ ଭାବେ କାର୍ଯ୍ୟ କରି ଆସୁଥିଲେ | ଦୀର୍ଘ ୩୭ ବର୍ଷ ନିଜର ଚାକିରୀ ଜୀବନରେ ବ୍ୟାଙ୍କ କର୍ମଚାରୀ ହିସାବରେ ସମସ୍ତ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ସହ ବ୍ୟାଙ୍କର ଉନ୍ନତି ନିମନ୍ତେ ସେ ସର୍ବଦା ଚେଷ୍ଟା କରିଥିଲେ ଆଜିର ଏହି ଅବସରକାଳୀନ ଉତ୍ସବରେ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ବିଜୟ ପାଳ ଓ ତାଙ୍କ ପତ୍ନୀ ମମତା କୁମାରୀ ପାଳଙ୍କୁ ସମ୍ବର୍ଦ୍ଧନା କରାଯାଇଛି | ଅଞ୍ଚଳର ବିଶିଷ୍ଟ ବ୍ୟବସାୟିକ ଅନୁଷ୍ଠାନ ଓ ମାନ୍ୟଗଣ ବ୍ୟକ୍ତି ମାନେ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ |