କାର ଦୁର୍ଘଟଣା ରେ ସୋରଡ଼ା ଏସବିଆଈ ବ୍ୟାଙ୍କ୍ ମ୍ୟାନେଜର ମୃତ

ଭଞ୍ଜନଗର ୦୪/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ହୋଲି ରେ ଭୋଜି କରିବା ହେଲା କାଳ।ଚାଲିଗଲା ଅମୂଲ୍ୟ ଜୀବନ ।ଗଞ୍ଜାମ ଭଞ୍ଜନଗର ଥାନା ଡହ ନିକଟରେ ଗଛକୁ ପିଟି ହେଲା କାର।ସୋରଡା ଏସ ବି ଆଇ ଶାଖା ବ୍ୟାଙ୍କ ମ୍ୟାନେଜର ମୃତ । ଫିଲ୍ଡ ଅଫିସର ଗୁରୁତର ।ମୃତକ ହେଲେ ନବରଙ୍ଗପୁର ର ସୁନିଲ କୁମାର୍ ଭାତ୍ରା।ଗୁରୁତର ଜଣକ ହେଲେ ରାଉରକେଲାର ଅନୁରାଗ ଖୁଣ୍ଟିଆ ।ସୂଚନା ମୁତାବକ ଆଜି ହୋଲି ଥିବାରୁ ସୋରଡା ଏସବିଆଇ ଶାଖାର ବ୍ୟାଙ୍କ ମ୍ୟାନେଜର, କ୍ଷେତ୍ର ଅଧିକାରୀଙ୍କ ସମେତ କିଛି ବ୍ୟାଙ୍କ୍ କର୍ମଚାରୀ ଭଞ୍ଜନଗର ନିକଟ ଡହ ଠାରେ ଭୋଜି କରିବାକୁ ଆସିଥିଲେ ।ଭୋଜି ଖାଇ ସାରି ଅପରାହ୍ନ ସମୟରେ କାର ଯୋଗେ ବ୍ୟାଙ୍କ ମ୍ୟାନେଜର ଓ କ୍ଷେତ୍ର ଅଧିକାରୀ ସୋରଡା ଫେରୁଥିବା ବେଳେ ଡହ ନିକଟରେ ଏକ ବୁଲାଣି ରାସ୍ତା ରେ କାର ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ କାର ଭିତରେ ଚାପି ହୋଇ ଗୁରୁତର ହୋଈଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଦୁହିଁଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ ।ସେଠାରେ ବ୍ୟାଙ୍କ୍ ମ୍ୟାନେଜର ସୁନିଲଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷେତ୍ର ଅଧିକାରୀ ଅନୁରାଗଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମ କେ ସିଜି ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ଭଞ୍ଜନଗର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।