ଚୌଦ୍ୱାରରେ ବିଜୁବାବୁ ଜୟନ୍ତୀ: ନା ଥିଲା ଦଳୀୟ ପତାକା ନା ଦଳୀୟ ନାରା

ଚୌଦ୍ୱାର(ଶିବବ୍ରତ ଦାସ ): ମହାନ୍ ଜନନାୟକ,କଳିଙ୍ଗବରପୁତ୍ର,ପୂର୍ବତନ ମୁଖ୍ୟମନ୍ତ୍ରୀ,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଚୌଦ୍ୱାରରେ ପାଳିତ ହୋଇ ଯାଇଛି । ଚୌଦ୍ୱାର ନଗର ବିଜେଡ଼ି ସଭାପତି ପ୍ରେମଚାନ୍ଦ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସୌଭିକ୍ ବିଶ୍ୱାଳ, ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, କଟକ ଡେପୁଟି ମେୟର ଦମୟନ୍ତୀ ମାଝୀ, ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ,ନବ କିଶୋର ସ୍ୱାଇଁ, ତୀର୍ଥନନ୍ଦ ସୁବୁଦ୍ଧିରାୟ,ନଗର ବିଜେଡ଼ି କାର୍ଯ୍ୟକାରୀ ସଭାପତି ବିମଳ କୁମାର ବେଉରା, ରୂପଯାତ୍ରା କମିଟି ସଭାପତି ସୁବୋଧ ନାୟକ ପ୍ରମୁଖ ବିରୂପା କୂଳରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାଉନସିଲର ଦିଲ୍ଲିପ କୁମାର ସାହୁ, ଆଶୁତୋଷ ଦାସ, ଅଜୟ କୁମାର ବେହେରା, ରଞ୍ଜୁଲତା ଦାସ,,ସୁଜାତା ସାହୁ, ରଙ୍ଗଲତା ସାହୁ,ସବିତା ନାୟକ, ପ୍ରତାପ କୁମାର ଜେନାଙ୍କ ପ୍ରମୁଖ ବରିଷ୍ଠ ନାଗରିକ ବିଜୁ ବାବୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେପରେ ଓଟିଏମ୍ ପରିବା ମାର୍କେଟସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅପରପକ୍ଷେ ବିଜେଡି ନେତା ତଥା ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ବିଜେଡି ରୁ ବହିଷ୍କୃତ ଯୋଗୁଁ ବିଜେଡି କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉନଥିଲା । ଏପରିକି ବହୁ ଆଗଧାଡିର ମହିଳା ଓ ପୁରୁଷ କର୍ମୀ ଉକ୍ତ କାର୍ଯ୍ୟକ୍ରମ ରେ ଅନୁପସ୍ଥିତ ଥିବାର ଦେଖା ଯାଇଥିଲା । ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ଜାକଜମକ ରେ ପାଳନ କରିବାକୁ କୁହାଯାଇଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମରେ ନା ଥିଲା ଦଳୀୟ ପତାକା ନା ଦଳୀୟ ନାରା ।ଏହା ସୂଚାଉଛି କି କିଛି ଦିନ ପୂର୍ବରୁ ଜଗତପୁର ଆଇବିରେ ହୋଇଥିବା ବୈଠକରେ ପୂର୍ବତନଙ୍କ ନିର୍ଦେଶ ନା କୁସ୍ଚିତ ରାଜନୀତି ଯାହାଫଳରେ ଅନେକ ସଦସ୍ୟ ଏଥିରେ ଅନୁପସ୍ଥିତ ରହିଥିଲେ।