
ଭଞ୍ଜନଗର ୦୫/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗୁରୁବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓ ସୋରଡ଼ା ନିର୍ବାଚନମଣ୍ଡଳୀରେ ମଧ୍ୟ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ଭଞ୍ଜନଗରର ପୁର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶତାଧିକ ଦଳୀୟ କର୍ମୀଙ୍କ ଗହଣରେ ବାଉଁଶଲୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ଶ୍ରୁତିଚାରଣ କରିଥିଲେ।ପରେ ବିଜୁ ସ୍ମୃତି ଭବନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଭଞ୍ଜନଗର ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ପୌରାଧ୍ୟକ୍ଷା ଶୁଭଶ୍ରୀ ଦାସ, ବିଜଡି ନେତା ଦିବାକର ନାୟକ, ରାଜନ୍ଦ୍ର ପ୍ରଧାନ, ବିରେନ୍ଦ୍ର କେଶରୀ ଆରୁଖଙ୍କ, ଶୁଳାପାଣି ଶତପଥୀ, ଜିଲୁଣ୍ଡି ସରପଞ୍ଚ ରଞ୍ଜିତ କୁମାର ଆରୁଖ ଓ ଭଞ୍ଜନଗର ମୁନିସିପାଲିଟିର ସମସ୍ତ ପରିଷଦବର୍ଗ ଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
ସେହିପରି ସୋରଡ଼ା ନିର୍ବାଚନମଣ୍ଡଳୀରେ ମଧ୍ୟ ପୁର୍ବତନ ସୋରଡ଼ା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପୁର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ଶତାଧିକ ମହିଳା ଓ ପୁରୁଷ ସହର ପ୍ରରିକ୍ରମା କରି ଗଣି ଛକ ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି, ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ
ସୋରଡ଼ା ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ଗୌଡ଼ ଙ୍କ ସମେତ ସୋରଡ଼ା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।