
ଚୌଦ୍ୱାର (ଶିବବ୍ରତ ଦାସ )ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପ୍ରାଙ୍ଗଣ ରେ ପଦ୍ମଶ୍ରୀ ଡ଼ଃ ଉତ୍ସବ ଚରଣ ଦାସ ଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଅଛି। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ମାନସ କୁମାର ସାହୁ ଙ୍କ ସ୍ଵାଗତ ଭାଷଣ ରେ ବିବେକାନନ୍ଦ ସାହିତ୍ୟ ସଂସଦ ର ସଭାପତି ଉତ୍କଳ ପ୍ରତିଭା ସିଦ୍ଧେଶ୍ୱର ନାୟକ ଙ୍କ ଅଧ୍ୟକ୍ଷତା ରେ ଓଡିଶା ର ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚlନନ୍ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବ ଚରଣ ଦାସ ଙ୍କ ସ୍ମୃତି ଚାରଣ କରିଥଲେ। ମୁଖ୍ୟ ବକ୍ତା ଭାବେ ସିଦ୍ଧ ଗିରି ମହନ୍ତ ମହାରାଜ ବିଶ୍ୱନାଥ ଦାସ ଓ ପ୍ରଦ୍ୟୁମ୍ନ କୁମାର ସାହୁ ପିପୁଲ୍ସ ୱେଲ୍ ଫେୟାର ସୋସାଇଟି ର ସଭାପତି, ହରେକୃଷ୍ଣ ସାହୁ, ଅଶୋକ ନାୟକ, ପ୍ରକାଶ ବଡଜେନା, ସୁଶାନ୍ତ ନାୟକ ଲ ସଭାପତି , ମତ୍ସ୍ୟ ଜିବୀ ସୋସାଇଟି ର ସମ୍ପlଦକ ପରମାନନ୍ଦ ସାହୁ, ଡାକ୍ତର ସୁଲିପ୍ତ ମହାନ୍ତି, ଦୀପ୍ତି ରଞ୍ଜନ ସାହୁ, ରାମ ଚନ୍ଦ୍ର ମହାରଣା, ତିଳୋତ୍ତମା ମହାରଣା ଆଦି ସ୍ମୃତି ଚାରଣ କରିଥଲେ। ପରିଶେଷରେ ଦୂରଦର୍ଶନ ମଞ୍ଚ ନିର୍ଦ୍ଦେଶକ ଅକ୍ଷୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।