ପିପୁଲ୍ସ କଲେଜର ଏନ୍‌ସିସି କ୍ୟାଡେଟ୍ ସମ୍ବର୍ଦ୍ଧିତ

ବୁଗୁଡ଼ା,୦୭/୦୩(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ଏନ୍‌ସିସି ଆର୍ମି ୱିଙ୍ଗର ପ୍ରାକ୍ତନ କ୍ୟାଡେଟ୍ ସାହେବ ବିଷୋୟୀ ଏସ୍ଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସୀମା ସୁରକ୍ଷା ବାହିନୀରେ ଯୋଗ ଦେବା ନିମନ୍ତେ ଚୟନ ହୋଇଛନ୍ତି।ଏହି ଅବସରରେ ତାଙ୍କୁ କଲେଜ ପକ୍ଷରୁ ସମ୍ବଦ୍ଧିତ କରାଯାଇଛି। ସାହେବଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।କଲେଜ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏନସିସି ଆର୍ମି ୱିଙ୍ଗର ଆସୋସିଏଟ୍ ଏନ୍‌ସିସି ଅଧିକାରୀ ଲେଫ୍ଟନାଣ୍ଟ ଅଜୟ କୁମାର ସାହୁ, କ୍ୟାଡେଟ ତାଲିମ ଅଧିକାରୀ ଶଙ୍କର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ | ଶେଷରେ ଏନ୍‌ସିସି ଆର୍ମି ୱିଙ୍ଗର ଦ୍ବିତୀୟ ବର୍ଷର କ୍ୟାଡେଟ୍ ଅନୁଭା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।