
ଟିକାବାଲି ୦୭/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) କନ୍ଧମାଳ ଜିଲ୍ଲା ଟିକାବାଲି ଥାନାରେ ନୂତନ ଥାନାଧିକାରୀ ଭାବେ ସମୀର କୁମାର ବେହେରା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ଏଠାରେ କାର୍ଯ୍ୟରତ ପି ଆର କରଙ୍କୁ ଫୁଲବାଣୀ ଟାଉନ ଥାନାକୁ ବଦଳି କରାଯାଇଛି। ପୂର୍ବରୁ ଶ୍ରୀ ବେହେରା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଏସଆଈ, ପୋଲସରା ଥାନା ଏସଆଈ, ବାଲିପଦର ଫାଣ୍ଡି ଅଧିକାରୀ, ତାରାସିଂ ଥାନା ଏସଆଈ ହୋଇ ଗଞ୍ଜାମ ଜିଲ୍ଲା ପାଇଁ ବୋହୁ ସୁନାମ ଅର୍ଜନ କରିଥିଲେ। ଓ ତା ପରେ ପଡୋର୍ନତି ପାଇ ଇନ୍ସ୍ପେକଟର ହୋଇ କିଛି ଦିନ ତାରାସିଂ ଥାନାରେ କାର୍ଯ୍ୟକରିବା ପରେ କନ୍ଧମାଳ ଜିଲ୍ଲାକୁ ବଦଳି ହେବାପରେ କୋଟଗଡ ଥାନାଧିକାରୀ ଭାବେ କିଛି ମାସ ବିତେଇବା ପରେ ଏବେ ଟିକାବାଲି ଥାନାଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ବେହେରା ଟିକାବାଲି ପ୍ରେସ ଆସୋସିଏସନର ସଦସ୍ୟମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ନୂତନ ଥାନାଧିକାରୀଙ୍କୁ ପ୍ରେସ ଆସୋସିଏସନ ପକ୍ଷ୍ୟରୁ ସ୍ୱାଗତ କରାଯାଇଛି। ଏହି ଅବସରରେ ଶ୍ରୀ ବେହେରା ଅଞ୍ଚଳର ବିଭିର୍ନ୍ନ ସମସ୍ୟା ଓ ଆଇନ ଶୃଙ୍ଖଳା ରକ୍ଷା ଆଦିରେ ଗଣମାଧ୍ୟମର ସହଯୋଗ ନେଇ ଆଲୋଚନା କରିଥିଲେ।