
ଭଞ୍ଜନଗର ୦୯/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ସହରର ମଧ୍ୟ ଭାଗରେ ଥିବା ପୁରୁଣା ବଜାର ସାହିରେ ରବିବାର ରାତି ପ୍ରାୟ ୧୦ଟା ସମୟରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଖରେ ଥିବା ଉମା ପଣ୍ଡାଙ୍କ ଜଳଖିଆ ହୋଟେଲରେ ହଟାତ ନିଆଁ ଲାଗିଯାଇଥିଲା। ହୋଟେଲ ଭିତରେ ଥିବା ସମସ୍ତ ସାମଗ୍ରୀ ରେ କ୍ରମସ ନିଆଁ ଲାଗି ଅଧିକ ରୁ ଅଧିକ ହେବାରେ ଲାଗିଲା ସ୍ଥାନୀୟ ଲୋକମାନେ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରକୁ ଯୋଗାଯୋଗ କରିଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ତତକ୍ଷଣତ ଘଟଣା ସ୍ଥଳରେ ପହଁଞ୍ଚି ସ୍ଥିତି କୁ ଆୟତ କରିଥିଲେ। ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନାହିଁ ହୋଟେଲରେ ଥିବା ସମସ୍ତ ସାମଗ୍ରୀ ପୋଡ଼ିଯାଇଥିବା ଜଣାପଡିଛି।