
ଶେରଗଡ଼ ୧୦/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକ୍ ପରିସର ମଧ୍ୟରେ ଦେଖା ଦେଇଛି ଏକ ବଡ ଘଟଣା । ବ୍ଳକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକଙ୍କୁ କିଛି ଦୃର୍ବୁତ୍ତଙ୍କ ଆକ୍ରମଣ ।ସୂଚନା ଥାଉ ଥାଉ ବ୍ଳକ୍ ଅଧ୍ୟକ୍ଷ କୃଷ୍ଣ ବ୍ଳକ୍ କାର୍ଯ୍ୟାଳୟ ନିଜ ଚେମ୍ବର ଅଫିସ ମଧ୍ୟରେ ନେତ୍ରୁ ମଣ୍ଡଳୀଙ୍କ ସହ ବସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଆଲୋଚନା କରୁଥିଲେ । ଅପରାହ୍ନ ପାଞ୍ଚ ଘଣ୍ଟ ସମୟରେ ୧୫/୨୦ ଯୁବକ ହଠାତ୍ ଅଧ୍ୟକ୍ଷଙ୍କ ଚେମ୍ବର ଭିତରେ ପ୍ରବେଶ କରି କୃଷ୍ଣଙ୍କୁ ମାରଣାତ୍ମକ ଆକ୍ରମଣ କରି ଥିଲେ । ଯାହା ଫଳରେ ବାହାରକୁ ଆସି ଅଚେତ ଅବସ୍ଥାରେ ପଡିଯାଇଥିଲେ । ପାଖରେ ଥିବା ବିଧାୟକ ପ୍ରତିନିଧୂ ଦିଗାମ୍ବର ନାହାକ, ଦେବରାଜ ପଟ୍ଟନାୟକ ସମେତ ପାଞ୍ଚ ସାତ ଜଣ କର୍ମୀ ଦୃର୍ବୁତ୍ତଙ୍କ ଆକ୍ରମଣରୁ ଅଧ୍ଯକ୍ଷଙ୍କୁ ରକ୍ଷା କରିବାରେ ଅସଫଳ ହୋଇଥିଲେ । ସେହି ସମୟରେ ବିଡିଓ ଭି ସି ହଲରେ ରିଭ୍ୟୁ ମିଟିଂରେ ଥାଇ ଶୁଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସେଠାରେ ଥିବା ସହଯୋଗୀ ମାନେ ଘଟଣା ସ୍ଥଳରୁ କୃଷ୍ଣଙ୍କୁ ଏକ କାର ଯୋଗ ପ୍ରଥମେ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡ଼ିକାଲକୁ ପଠାଇଥିଲେ । ତାଙ୍କ ସହ ପୁଅ ଅଶୋକ, ଭାଇ ଜିତେନ୍ଦ୍ର, ପୁତୁରା ଶିଲୁ ଯାଇଥିଲେ ।ଘଟଣାର ଖବର ପାଇ ଥାନା ଅଧିକାରୀ ଓ ତାଙ୍କ ଟିମ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଦୀର୍ଘ ୫୫ ବର୍ଷ ଧରି ପଞ୍ଚାୟତ ରାଜ ବ୍ୟବସ୍ଥାରେ ବହୁ ବ୍ୟକ୍ତି ବ୍ଲକ ଅଧ୍ୟକ୍ଷ ଭାବେ ଜନ ସେବାରେ ନିଜକୁ ନିୟୋଜିତ କରିଥିଲେ। କିନ୍ତୁ ଏ ଭଳି ଘଟଣା ବ୍ଲକ ପରିସର ମଧ୍ୟରେ କେବେ ଘଟି ନ ଥିଲା । ବିଶେଷ କରି ଜଣେ ଶାନ୍ତ ସରଳ ପ୍ରକୃତିର ରାଜ ନେତା ଆକ୍ରମଣର ଶିକାର ହୋଇ ଥିବାରୁ ଅଞ୍ଚଳ ବାସୀ ଦୁଃଖ ପ୍ରକାଶ କରିଛନ୍ତି। ଆକ୍ରମଣର କାରଣ ଅସ୍ବଷ୍ଟ ରହିଥିବା ଜଣାପଡିଛି ।