ରକ୍ତ କର୍କଟ ରୋଗରେ ପୀଡିତ ୧୨ବର୍ଷର ଛାତ୍ରୀ : ସହାୟତା ପାଇଁ ନିବେଦନ କଲେ ବାପା

ଚୌଦ୍ଵାର (ଶିବବ୍ରତ ଦାସ )ଚୌଦ୍ଵାର ପୌରପାଳିକା ଅନ୍ତର୍ଗତ ୧୧ ନମ୍ୱର୍ ୱାର୍ଡ ଓଟିଏମ କଲୋନୀ ର ନିରଞ୍ଜନ ରାଉତଙ୍କ ୧୨ ବର୍ଷର ଝିଅ ତପସ୍ୟା ରକ୍ତ କର୍କଟ ରୋଗର ପୀଡ଼ିତ । ତପସ୍ୟା ଓଟିଏମ ଗୋପବନ୍ଧୁ ହାଇସ୍କୁଲ ରେ ସପ୍ତମ ଶ୍ରେଣୀ ରେ ପଢୁଥିବା ବେଳେ ଗତ ୮ ମାସ ତଳେ ସେ ରକ୍ତ କର୍କଟ ରେ ପୀଡିତ ଥିବାର ଚିହ୍ନଟ ହୋଇଥିଲା । ପ୍ରଥମେ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ପରେ ନିରଞ୍ଜନ ତାଙ୍କ ଝିଅ କୁ ମୁମାଇ ଟାଟା ମେମୋରିଆଲ କୁ ଉନ୍ନତ ଚିକିତ୍ସା ନିମନ୍ତେ ନେଇଥିଲେ କିନ୍ତୁ ସେଠାରୁ ନିରାଶ ହୋଇ ଫେରି ଭୁବନେଶ୍ୱର ସ୍ଥିତ ବାକଚି ଶଙ୍କର କ୍ୟାନସର ହସପିଟାଲ ରେ ଭର୍ତ୍ତି କରାଇଥିଲେ । ତପସ୍ୟା ର କେମୋ ଥ୍ୟାରୋପି ପରେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥା ରେ କୌଣସି ଉନ୍ନତି ନହେବାରୁ ହସ୍ପିଟାଲ ପକ୍ଷରୁ ବୋନ୍ ମ୍ୟାରି ପରୀକ୍ଷା କରାଗଲା । ପରୀକ୍ଷା ରିପୋର୍ଟ ରେ ପଜେଟିଭ ଆସିବା ପରେ ନିରଞ୍ଜନ ଭାଙ୍ଗି ପଡିଛନ୍ତି । କାରଣ ବୋନ୍ ମ୍ୟାରୋ ପ୍ରତିରୋପଣ ପାଇଁ ଦରକାର ଲକ୍ଷାଧିକ ଟଙ୍କା ର ଆବଶ୍ୟକତା ରହିଛି । ଝିଅ ର ଏହି ଆଠାମାସ ଚିକିତ୍ସା ସମୟରେ ନିରଞ୍ଜନ ନିଜର ସମସ୍ତ ଜମପୁଞ୍ଜି ହରାଇ ସାରିଛନ୍ତି । ଏବେ ନିରଞ୍ଜନ ଓଡ଼ିଶାର ଜନ ସାଧାରଣ ଓ ସରକାର ଙ୍କ ଠାରେ ନିଜ ଝିଅ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ତପସ୍ୟା ର ଚିକିତ୍ସା ପାଇଁ ଯେଉଁ ମାନେ ସହଯୋଗର ହାତ ବଢେ଼ଇବା ଚାହୁଛନ୍ତି ନିରଞ୍ଜନ ଙ୍କ ମୋବାଇଲ ନମ୍ବର 8763200020 ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ।