
ବ୍ରହ୍ମପୁର, ତା. ୧୨ / ୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗତକାଲି ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ ଗୁରୁତର ଆହତ ହୋଇଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟା ରେ ଭୁବନେଶ୍ୱର ହସ୍ପିଟାଲ ରେ ଭେଟିଛନ୍ତି ଏବଂ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶ୍ରୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ନାୟକ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ଚିକିତ୍ସା ସମ୍ପର୍କରେ ଶ୍ରୀ ପଟ୍ଟନାୟକ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ । ତାଙ୍କରି ପରିବାର ବର୍ଗ ଙ୍କ ସହିତ ମଧ୍ୟ ଘଟଣା ସମ୍ପର୍କରେ କଥା ହୋଇ ତଥ୍ୟ ବୁଝିଥିଲେ ଏବଂ ଶ୍ରୀ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।
ସୂଚନାଯୋଗ୍ୟ ଯେ’ ଶେରଗଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଗତକାଲି ଦୃର୍ବୁତ୍ତ ଙ୍କ ଆକ୍ରମଣ ରେ ଗୁରୁତର ଆହତ ହେବା ପରେ ଚିକିତ୍ସା ପାଇଁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।।