ଜାତୀୟ ରାଜପଥ ପ୍ରାଧିକରଣର ନିଆରା ବୃକ୍ଷରୋପଣ; ଓଭର ବ୍ରିଜ ମୃତ୍ୟୁର ଗନ୍ତାଘର!

ଚୌଦ୍ୱାର (ଶିବବ୍ରତ ଦାସ )କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ଜାତୀୟ ରାଜପଥ ପ୍ରାଧିକରଣ ଅକ୍ଷରେ ଅକ୍ଷରେ କେନ୍ଦ୍ର ସରରକାରଙ୍କ ସ୍ଲୋଗାନ “ମା କେ ନାମ ଏକ ପେଡ ” କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରିଅଛି ଜାତୀୟ ରାଜପଥରେ। ଜାତୀୟ ରାଜପଥ ନମ୍ବର ୫୫ ଯାହା ମଙ୍ଗୁଳୀରୁ ସମ୍ବଲପୁର ପର୍ଯ୍ୟନ୍ତ ନବୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇଚାଲିଛି । ଅନେକ ବାଦ ବିବାଦ ମଧ୍ୟରେ ଚାଲୁଥିବା ଏହି ରାସ୍ତା କାମରେ ଅନେକ ଜୀବନ ଚାଲିଯାଇଛି ମଙ୍ଗୁଳୀରୁ ଧୂମାବତୀ ଛକ ମଧ୍ୟରେ କାରଣ ଯୋଜନା ବିହୀନ କାର୍ଯ୍ୟ ତଥା ବାରମ୍ବାର ଠିକା ସଂସ୍ଥା ପରିବର୍ତନ। ମାତ୍ର ଏହି ରାଜପଥ କାମ ଏପରି ହୋଇଛି ଯାହା ଆଗାମୀ ଦିନରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଗଛ ଛାଇ ମିଳିବ କାରଣ ରାଜପଥ ଅଧିକାରୀ ତଥା ଠିକା ସଂସ୍ଥା ମଧ୍ୟରେ ବୁଝାମଣା ହୋଇ ମଙ୍ଗୁଳୀରୁ ଧୂମାବତୀ ପର୍ଯ୍ୟନ୍ତ ରାସ୍ତାରେ ଥିବା ଓଭର ବ୍ରିଜରେ ଅନେକ ପ୍ରକାର ବୃକ୍ଷରୋପଣ କରାଯାଇଥିବାର ଦେଖିବାକୁ ମିଳେ ଯାହା ଆଗାମୀ ଦିନରେ ଏକ ସବୁଜ ବହୁଳ ରାଜପଥ ହେବା ସହିତ ଅନେକ ଜୀବନ ନେବାର କୀର୍ତ୍ତିମାନ ସ୍ଥାପନ କରିବାରେ ମଧ୍ୟ ଅଗ୍ରଣୀ ରହିବ। ଓଭର ବ୍ରିଜ ରେ ଅନେକ ସ୍ଥାନରେ ଏପରି ଗଛ ଉଠିଛି ଯାହା ରାସ୍ତାର ଭବିଷ୍ୟତ ପ୍ରତି ଅଙ୍ଗୁଳି ଦେଖାଉଚି କେତେ ସ୍ୱଚ୍ଛ ଆମ ରାଜପଥ ପ୍ରାଧିକରଣର ସ୍ୱଚ୍ଛ ଅଧିକାରୀଙ୍କ କର୍ତ୍ତବ୍ୟ ଯେଉଁମାନେ ମଧୁଚନ୍ଦ୍ରିକା କରି କିପରି ରାଜପଥରେ ଆତଯାତ କରୁଥିବା ନିରୀହ ଯାନବାହାନ ତଥା ଲୋକମାନଙ୍କ ଜୀବନକୁ ମୃତ୍ୟୁର ଗନ୍ତାଘରକୁ ଠେଲିଦେବାର ସୁଚିନ୍ତିନ୍ତ ଯୋଜନା।