ଓଡିଶା ଟୁଡ଼େ ର ମହା ପ୍ରଭାବ: ଖବର ପ୍ରସାରଣ ର ୨୪ ଘଣ୍ଟା ନପୁରୁଣୁ ସ୍ଥାୟୀ ସମାଧାନ

ଚୌଦ୍ଵାର (ଶିବବ୍ରତ ଦାସ ): ଚୌଦ୍ଵାର ପୌରପାଳିକାର ୧୯ ନମ୍ବର ୱାର୍ଡ ରାସ୍ତା ଉପରେ, ଘର ଦୁଆରେ ଜମି ରହୁଥିଲା ବର୍ଜ୍ୟ ଜଳ। ଓଡିଶା ଟୁଡ଼େ ଖବରକାଗଜ ଏବଂ ପୋର୍ଟାଲ ରେ ଏହି ସମସ୍ୟା ପ୍ରସାରଣ ହେବା ପରେ ଚେତିଛି ଚୌଦ୍ଵାର ପୌର ପାଳିକା। ଗତକାଲି ୧୯ ନମ୍ବର ୱାର୍ଡ ର କିଛି ବାସିନ୍ଦା ଓଡ଼ିଶା ଟୁଡେ ପ୍ରତିନିଧି ଶିବବ୍ରତ ଦାସଙ୍କୁ ଅଞ୍ଚଳରେ ବର୍ଜ୍ୟ ପାଣି ଭାସୁଥିବା ଏବଂ ତା ଉପରେ ଅଞ୍ଚଳବାସୀ ଯାତାୟାତ କରୁଥିବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟି ଆକର୍ଷଣ କରିଥିଲେ। ଯଥା ନର୍ଦ୍ଦମା ପାଣି ଯୋଗୁ ଅଞ୍ଚଳରେ ମଶା, ଚର୍ମ ରୋଗ, ଦୁର୍ଗନ୍ଧ, ମନ୍ଦିର ଯିବା ସମୟରେ ଲୋକମାନେ ମାଡିକି ଯିବା, ଖରା ଦିନେ ଗୋରୁଗାଈ ସେହି ନର୍ଦ୍ଦମା ପାଣି ପିଇବା ଭଳି ଅନେକ ସମସ୍ୟା ଦେଖା ଦେଇଥିଲା। ଯାହାକୁ ନେଇ ପୌର ପ୍ରଶାସନ ଓ ସ୍ଥାନୀୟ ବିଧାୟକ ସୌଭିକ୍ ବିଶ୍ଵାଳ ଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ଏମାନେ କର୍ଣ୍ଣପାତ କରୁ ନଥିଲେ। ସମସ୍ୟା ଖବର କାଗଜରେ ଖବର ପ୍ରସାରଣ ପରେ ତରବରିଆ ଭାବରେ ପୌରପାଳିକା ପକ୍ଷରୁ ଡ୍ରେନ୍ ର ନର୍ଦ୍ଦମା ପାଣିକୁ ବନ୍ଦ କରିବା ସହିତ ଏହାର ସ୍ଥାୟୀ ସମାଧାନ କରାଯାଇଛି। ଯାହାକୁ ନେଇ ଅଞ୍ଚଳବାସୀ ଓଡ଼ିଶା ଟୁଡେ ସଂସ୍ଥା କୁ ଭୂୟସୀ ପ୍ରଶଂସା କରିଛନ୍ତି।