ଏକତା ମଞ୍ଚ ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ

ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ୱାର ମୁଣ୍ଡମାଳ ଠାରେ ଏକତା ମଞ୍ଚ ପକ୍ଷରୁ ନିଆରା ଢଙ୍ଗରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି l ଏହି ଦିବସ ରେ ମୁଖ୍ୟ ଅତିଥିଭାବେ ବିଜେପି ନେତା ଶ୍ରୀ ପ୍ରକାଶ ଚନ୍ଦ୍ର ବଡ଼ଜେନା ଓ ସନାତନ ଧର୍ମ ପ୍ରଚାର ସମିତି ର ସଭାପତି ଶ୍ରୀ ସିଦ୍ଧଶ୍ୱେର ନାୟକ ଯୋଗଦେଇଥିଲେ l ଅତିଥିମାନେ ତାଙ୍କ ମନ୍ତବ୍ୟରେ ‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା ଓ ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି ସବୁବେଳେ ଆନ୍ତରିକତା ରହିଆସିଛି ଏବଂ ସେମାନଙ୍କ ଅତୁଟ ଆଗ୍ରହ ରହିଛି ବୋଲି ମତବ୍ୟକ୍ତ କରିଥିଲେ l ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ମଧ୍ୟ ଏହି ପାରମ୍ପରିକ ଖାଦ୍ୟ ନିଜର ସ୍ବତନ୍ତ୍ର ବଜାୟ ରଖିବାରେ ସଫଳ ହୋଇଛି। ଧୀରେ ଧୀରେ ସହର ସଂସ୍କୃତିରେ, ଜନଜୀବନରେ ସାମିଲ ହୋଇଛି ପଖାଳକଂସା। ଏହି ଦିବସ ରେ ପଖାଳ ସହିତ ପ୍ରାୟ ପନ୍ଦର ଗୋଟି ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା l ଆଜିର ଏହି ଦିବସରେ ପଖାଳର ମହକ ସବୁଆଡ଼େ ଅନୁଭୂତ ହେଉଛି। ଓଡ଼ିଆ ସଂସ୍କୃତିରେ ଏହାର ଗୁରୁତ୍ୱକୁ ଉପଲବ୍ଧି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି l ଆଜିର ଏହି ଦିବସ ରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ମାନସ ରଞ୍ଜନ ସାହୁ, ହରିହର ବେଉରା, କମଳ ମହାନ୍ତି, ଅକ୍ଷୟ ନାୟକ,ରବୀନ୍ଦ୍ର ବେହେରା, ଦୀପ୍ତି ରଞ୍ଜନ ନାୟକ, ମନୋଜ ସ୍ୱାଇଁ, ସଞ୍ଜୟ ନାୟକ, ବାପୁନି ମହାରଣା, ସଂଗ୍ରାମ ସ୍ୱାଇଁ, ରାବେଣା ରେଡ୍ଡୀ, ସୁଶାନ୍ତ ମହାନ୍ତି, ସୁବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l