ଗଞ୍ଜାମ ଆରକ୍ଷୀ ଅଧିକ୍ଷିକ ଶୁଭେନ୍ଦୁ ପାତ୍ର ଓ ଭଞ୍ଜନଗର ଥାନା ଏସଆଈ ସମୀର ସେଠି ଙ୍କୁ ମିଳିବ ଡିଜିପି ଡିସ୍କ ଆୱାର୍ଡ

ଛତ୍ରପୁର, ୨୦/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷୀକ ଶୁଭେନ୍ଦୁ କୁମାର ପାତ୍ର ଡିଜିପି ଡିସ୍କ୍ ଆୱାର୍ଡ ପାଇଁ ମନୋନିତ ହୋଇଛନ୍ତି। ୨୦୨୫-୨୬ ପାଇଁ ଏହି ବର୍ଷ ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସ ତଥା ୯୧ ତମ ରାଜ୍ୟ ପୁଲିସ ପ୍ରତିଷ୍ଠା ଦିବସ ଅବସର ରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଏହି ପୁରସ୍କାର ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପାତ୍ର ଙ୍କୁ ପ୍ରଦାନ କରିବେ l ଏହା ସହିତ ଗଞ୍ଜାମ ପୁଲିସ ଜିଲ୍ଲାର ଭଞ୍ଜନଗର ଥାନା ରେ କାର୍ଯ୍ୟରତ ଏସଆଇ ସମୀର କୁମାର ସେଠି ମଧ୍ୟ ଏହି ଆୱାର୍ଡ ନିମନ୍ତେ ମନୋନୀତ ହୋଇଛନ୍ତି l ପୁଲିସ ସେବାରେ ଉତ୍ତମ ସେବା ଓ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଥିବା ଯୋଗୁଁ ଏହି ଆୱାର୍ଡ ପ୍ରଦାନ କରାଯାଉଥିବା ଜଣାଯାଉଛି l