
ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ୱାର କପାଳେଶ୍ବର ସ୍ଥିତ ଆର.ଡି ହାଉସ ଠାରେ ରୋଟାରୀ କ୍ଲବ ଓ ରେଡକ୍ରସର ମିଳିତ ଆନୁକୂଲ୍ୟରେ ମାରାଥନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l
ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଉଭୟ ବର୍ଗରେ କର୍ମଚାରୀ ଏବଂ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ ।ଏଭଳି ଏକ ଅବସରରେ ରୋଟାରୀ କ୍ଲବ ଆଗକୁ ଆସି ରକ୍ତଦାନ ଶିବିର ଭଳି ସାମାଜିକ କାର୍ଯ୍ୟ ହାତକୁ ନେଇଥିବାରୁ କଟକ ରେଡ଼କ୍ରସର କନଭେନର ଡ଼ ସସ୍ମିତା ପଟ୍ଟନାୟକ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପୁରୁଷଙ୍କ ଭଳି ମହିଳାମାନେ ଦିନକୁ ଦିନ ଏକ୍ଷେତ୍ରରେ ଆଗକୁ ଆସୁଥିବାରୁ ସମାଜରେ ଏହାର ନିଶ୍ଚିତ ପ୍ରଭାବ ପଡ଼ିବ ଏବଂ ଯୁବପିଢ଼ି ରକ୍ତଦାନ ଭଳି ମହତଦାନ କରିବାକୁ ଆଗେଇ ଆସିବେ ବୋଲି ରକ୍ତଦାତା ସଂଗଠନର ସଦସ୍ୟ ମତ ପ୍ରକାଶ କରିଛନ୍ତି । ଏହାଦ୍ୱାରା ରକ୍ତର ଅଭାବକୁ ମେଣ୍ଟାଇବା ସହଜ ହେବ ଓ ରକ୍ତର ଅଭାବ କାରଣରୁ ଯେମିତି କାହାର ଜୀବନ ନଯାଏ ଏହି ଲକ୍ଷ୍ୟ ସାଧିତ ହୋଇପାରିବ ।
ଆଜିର ଏହି ରକ୍ତଦାନ ଶିବିରରେ ୧୨୫ ୟୁନିଟ ରକ୍ତ ସଂଗୃହିତ ହୋଇଛି ବୋଲି ବୋଲି ରୋଟାରୀ କ୍ଲବର ଅଧକ୍ଷ ଶ୍ରୀ ସଂଜିତ ଜେନା ମତ ପ୍ରକାଶ କରିଛନ୍ତି l ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ର ଅଧକ୍ଷ ଶ୍ରୀ ତ୍ରିଦେବ ବେହେରା,ମନୋଜ ତ୍ରିପାଠୀ, ରବୀନ୍ଦ୍ର ସାହୁ, ବିଶ୍ୱକଲ୍ୟାଣ ଦାସ, ପ୍ରତାପ ଶତପଥି , ପଞ୍ଚାନନ ନାୟକ, ଜୟଶ୍ରୀ ମହାନ୍ତି, ଭାରତୀ ମହାନ୍ତି, ସୁକାନ୍ତ ସାହୁ, ରମେଶ ଚନ୍ଦ୍ର ବରାଳ, ଦିବାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l