ଦିବ୍ୟାଙ୍ଗ ଙ୍କ ମୁମ୍ବାଇ କାରାଗାର ରେ ସନ୍ଧେହ ଜନକ ମୃତୁ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ସୋରଡ଼ା ୨୩/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଓଡ଼ିଆ ବିଚାରାଧୀନ କଏଦୀଙ୍କ ମୁମ୍ବାଇ କାରାଗାରରେ ମୃତ୍ୟୁ ।ମୃତ କଏଦୀ ଜଣକ ହେଲେ ଗଞ୍ଜାମ ସୋରଡ଼ା ଥାନା କୈଳାସପୁର ଗାଁର ଯୁଧିଷ୍ଠିର ସେଠୀ ଙ୍କ ପୁଅ ଦଣ୍ଡାସି ସେଠୀ । ଦଣ୍ଡାସି ହେଉଛନ୍ତି ଜନ୍ମରୁ ଦିବ୍ୟାଙ୍ଗ।ତାଙ୍କୁ ଗଞ୍ଜେଇ କେଶ୍ ରେ ଫସାଇବା ପରେ ଜେଲରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସୂଚନା ମୁତାବକ ଦଣ୍ଡାସି ଦୀର୍ଘବର୍ଷ ହେବ ହାଇଦ୍ରାବାଦ ର ଏକ ଚକଲେଟ କମ୍ପାନୀ ରେ କାମକରି ପରିବାର ପ୍ରତିପୋଷଣ କରୁଥିଲେ।ତେବେ ଗତ ପାଞ୍ଚମାସ ତଳେ ଗାଁ କୁ ଆସି ପୁଣି ଫେରିଥିଲେ ହାଇଦ୍ରାବାଦ କିନ୍ତୁ ରାସ୍ତାରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗ ରେ ମୁମ୍ବାଇ ପୋଲିସ ଦଣ୍ଡାସି ଙ୍କୁ ଗିରଫ କରିଥିଲା । ଗିରଫ ପରେ ସେ ମହାରାଷ୍ଟ୍ର ର ମୁମ୍ବାଇ ର ତାଲୋଜା ସେଂଟ୍ରାଲ ଜେଲରେ ଥିଲେ ।ଗତ ୧୯ ତାରିଖରେ ଶୌଚାଳୟ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ।ତେବେ ପରିବାର ଲୋକ ଦଣ୍ଡାସି ଙ୍କୁ ଜେଲ ଭିତରେ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି ।ଦଣ୍ଡାସି ଙ୍କ ପାଞ୍ଚ ବର୍ଷ ର ଝିଅ ଦେଢ଼ ବର୍ଷ ର ପୁଅ ରହିଥିବା ବେଳେ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟପଟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମୁମ୍ବାଇ ହସ୍ପିଟାଲ ଦଣ୍ଡାସି ଙ୍କ ମୃତଦେହ ଆଣିବା ପରେ ଗାଁରେ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।