
ଭଞ୍ଜନଗର ୨୩/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗରିବ ଲୋକଙ୍କ ବିକାଶ ନିମନ୍ତେ ଭିନ୍ନକ୍ଷମ ଯୋଜନା ଠାରୁ ଆରମ୍ଭ କରି ସରକାରଙ୍କ ଅନେକ ଯୋଜନା ଥିଲେ ମଧ୍ୟ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ନପାରି ବାଟ ହୁଡୁଛି। ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ପଞ୍ଚାୟତ ଅଧୀନ ଠଣାପଲ୍ଲୀ ଗ୍ରାମର କୁନ୍ତୀ ପ୍ରଧାନ(୫୧) ଦୀର୍ଘ ୧୨ ବର୍ଷ ପୂର୍ବେ କୁନ୍ତିଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ବୁଗୁଡ଼ା ମେଡିକାଲକୁ ଯାଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ପେଟ ଯନ୍ତ୍ରଣା ନ କମିବାରୁ ସେ ବ୍ରହ୍ମପୁର ମେଡିକାଲ ଯାଇ ସେଠାରେ ଚିକିତ୍ସିତ ହୋଇ ଜାଣିବାକୁ ପାଇଲେ ତାଙ୍କ ପେଟରେ ମାଂସ ପିଣ୍ଡୁଳା ବା ଟ୍ୟୁମର ହୋଇଛି। ଅପରେସନ ପାଇଁ ରକ୍ତ ଏବଂ ଅର୍ଥର ଅଭାବ ହେତୁ ସେ ଗାଁ କୁ ଫେରି ଆସିଥିଲେ। ସେବେଠାରୁ ତାଙ୍କ ପେଟେର ଟ୍ୟୁମର ବଢ଼ିବାରେ ଲାଗିଛି, ଯାହାଦ୍ୱାରା କି ପେଟ ଟି ଅତ୍ୟଧିକ ଫୁଲିବା କାରଣରୁ ସେ କୌଣସି କାମ ଧନ୍ଦା କରିପାରୁନାହାନ୍ତି ଏବଂ ଦିନେ ଖାଇଲେ ଦୁଇଦିନ ଉପବାସ ରହିଥାନ୍ତି, ଦୁଃଖ ସେତିକିରେ ସରୁନି କୁନ୍ତିଙ୍କ ଏକମାତ୍ର ପୁତ୍ର ରାଘବ ପ୍ରଧାନ (୧୬), ଜନ୍ମରୁ ସବୁ ଠିକ ଥିଲା କିନ୍ତୁ ବର୍ତ୍ତମାନ ସେ କୌଣସି ଅଜଣା ରୋଗରେ ପୀଡିତ ହୋଇ ସମ୍ପୂର୍ଣ ବିକଳାଙ୍ଗ, ଦୁଇଗୋଡ, ଦୁଇହାତ ମଧ୍ୟ ସରୁ ହୋଇଗଲାଣି, ନା ‘ଚାଲି ପାରୁଛି, ନା ‘ ବସି ପାରୁଛି, ଖୁଆଇଲେ ଖାଉଛି, ନିଜେବି ସୋଇପାରୁନି, ସରକାରୀ ସୁବିଧା କହିଲେ ମାସିକ ଏକ ହଜାର ଟଙ୍କା ସାଙ୍ଗକୁ ପାଞ୍ଚ କେଜି ଚାଉଳ, ମା ଓ ପୁଅ ଦୁହେଁ ଲୋତକା ଭରା କଣ୍ଠରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ସରକାରଙ୍କୁ ଗୁହାରି କରିଛନ୍ତି କି ଯଦି ସରକାର ମା ଓ ପୁଅ ଉଭୟଙ୍କୁ ଉନ୍ନତ ମାନର ଚିକିତ୍ସା କରାଇ ଭଲ କରିଦିଅନନ୍ତେ ତାହା ହେଲେ ସେ ଭଲ ହେବା ସହ ପୁଅ ମଣିଷ ପରି ମଣିଷ ଟିଏ ହେଇପାରନ୍ତା, ଠଣାପଲ୍ଲୀର ସମସ୍ତ ଗ୍ରାମବାସୀ ସରକାରଙ୍କୁ ଗୁହାରି କରିବା ସହିତ ଯଦି କେହି ବଦାନ୍ୟ ବ୍ୟକ୍ତି ଏହି ଗରିବ ନିସହାୟ ମା ଓ ପୁଅଙ୍କୁ ସହାର୍ଯ୍ୟର ହାତ ବଢ଼ାଇ ସାହାର୍ଯ୍ୟ କରନ୍ତି ତେବେ ପୁଣି ଏମାନଙ୍କ ମୁହଁରେ ହସ ଫେରି ପାରନ୍ତା।