ଟେଟ୍ରାହେଡ୍ରନ ପକ୍ଷରୁ ଶହୀଦ ଦିବସ ପାଳନ

ଚୌଦ୍ୱାର (ଶିବବ୍ରତ ଦାସ )- ଟାଙ୍ଗୀ ସ୍ଥିତ ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ଅଧକ୍ଷ ଶ୍ରୀ ତ୍ରିଦେବ ବେହେରାଙ୍କ ପୌରହିତ୍ୟ ରେ ଶହୀଦ ଦିବସ ପାଳନ କରାଯାଇଥିଲା.ଶହୀଦମାନଙ୍କୁ ସମ୍ମାନିତ କରିବା ଏବଂ ଦେଶ ପାଇଁ ସେମାନଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଭାରତରେ ମାର୍ଚ୍ଚ ୨୩ ତାରିଖରେ ଶହୀଦ ଦିବସ ପାଳନ କରାଯାଏ। ଏହି ଦିନ ଭାରତର ଗର୍ବ, ସମ୍ମାନ ଏବଂ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଭଗତ ସିଂହ ଏବଂ ତାଙ୍କ ସାଥୀ ରାଜଗୁରୁ ଓ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏବୋଲି ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ l ପ୍ରକାଶ ଯେ ମାର୍ଚ୍ଚ ୨୩ ରେ ଭାରତର ସନ୍ତାନ ସହିଦ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁ ଦେଶ ପାଇଁ ହସି ହସି ମୃତ୍ୟୁଦଣ୍ଡକୁ ଗ୍ରହଣ କରିନେଇଥିଲେ। ସେମାନଙ୍କ ବଳିଦାନ ପାଇଁ ଦେଶର ପ୍ରତ୍ୟେକ ନାଗରିକ ପ୍ରକୃତ ହୃଦୟରେ ସେମାନଙ୍କୁ ସଲାମ କରନ୍ତି।
ଖୁବ କମ ବୟସରେ ଏହି ବୀରମାନେ ଦେଶର ସ୍ୱାଧୀନତା ପାଇଁ ଲଢି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନଙ୍କ କର୍ମ ନେଇ ଭାରତର ଏହି ତିନି ସୁପୁତ୍ର ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେମାନଙ୍କ ବିପ୍ଳବ ଏବଂ ଉତ୍ସାହ ଆଜି ଯୁବକମାନଙ୍କ ଶିରା ପ୍ରଶିରାରେ ପ୍ରବାହିତ ହେଉଛି। ଏହି ତିନି ମହାନ ବିପ୍ଳବୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଭାରତ ପ୍ରତିବର୍ଷ ୨୩ ମାର୍ଚ୍ଚରେ ଶହୀଦ ଦିବସ ପାଳନ କରୁଛି ବୋଲି ଅତିଥି ରିଟାୟାର୍ଡ଼ ଡିସିପି ଶ୍ରୀ ବିଜୟ କୁମାର ସାହୁ ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l