ଓଡ଼ିଶା ଟୁଡେ ରେ ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲେ ଟ୍ରଷ୍ଟର ସଦସ୍ୟ

ବୁଗୁଡ଼ା,୨୪/୦୩ (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ପଞ୍ଚାୟତ ଠଣାପଲ୍ଲୀ ଗ୍ରାମର କୁନ୍ତୀ ପ୍ରଧାନ( ୫୧) ଓ ତାଙ୍କ ଅସହାୟ ପୁଅ ଅସୁବିଧା ସହିତ ରୋଗଗ୍ରସ୍ତ ଅବସ୍ଥାରେ ଚଳୁଥିବା ଖବର ଓଡ଼ିଶା ଟୁଡେ ସହିତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଖବର ପ୍ରସାରଣ ପରେ ବୁଗୁଡ଼ା ଭଞ୍ଜ ଓ୍ବେଲଫର ଟ୍ରଷ୍ଟର ସଦସ୍ୟ ମାନେ ଠଣାପଲ୍ଲୀ ଗ୍ରାମରେ ପହଞ୍ଚି ଅସହାୟ ମହିଳାଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହ କିଛି ଅର୍ଥ ମଧ୍ୟ ଦେଇଥିଲେ । ମହିଳା ଜଣଙ୍କ ଦୀର୍ଘ ୧୨ ବର୍ଷ ଧରି ଅଜଣା ରୋଗ ରେ ପୀଡିତ ହୋଇଥିବା ବେଳେ ଏକ ମାତ୍ର ପୁତ୍ର ରାଘବ ପ୍ରଧାନ (୧୬) ବିକଳାଙ୍ଗ । ସରକାର ତାଙ୍କ ପରିବାର ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ନିବେଦନ କରିଥିଲେ। ସହାୟତା ପ୍ରଦାନ ସମୟରେ ଏହି ଭଞ୍ଜ ୱେଲଫର ଟ୍ରଷ୍ଟ ର ସଭାପତି ରାଜ୍ କୁମାର ସାହୁ , ସମ୍ପାଦକ ସୁନୀଲ କୁମାର ରଥ , କୋଷାଧ୍ୟକ୍ଷ ଭାନୁ ପ୍ରସାଦ ପଣ୍ଡା, ମନୋରଞ୍ଜନ ପ୍ରଧାନ , ଅନିଲ ସାହୁ , ରାମପାଦ ମହାରଣା, ରାମଚନ୍ଦ୍ର ଗୌଡ଼ , ଅଜୟ ବେହେରା , କାହ୍ନୁଚରଣ ସାହୁ ଉପସ୍ଥିତ ଥିଲେ ।