ବଡ଼ଗଡ଼ ବନାଞ୍ଚଳ ପକ୍ଷରୁ ଏକ ଦିନିକିଆ ଦକ୍ଷତା ବିକାଶ ଓ ସଚେତନ କର୍ମଶଳା ଅନୁଷ୍ଠିତ

ସୋରଡ଼ା ୨୫/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ବଡ଼ଗଡ଼ ବନାଞ୍ଚଳ ଅଧୀନରେ ଥିବା ଖାରୀଗୁଡ଼ା ନର୍ସରିଠାରେ ବନାଗ୍ନି ପ୍ରତିରୋଧ ନେଇ ଏକ ଦିନିଆ ଦକ୍ଷତା ବିକାଶ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀଣି ବିପସା ପାରୁଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟାନ୍ୟ ଅତିଥି ଭାବେ ସୋରଡ଼ା ବନାଞ୍ଚଳ ଅଧିକାରୀ ତଥା ସହକାରୀ ବନଖଣ୍ଡ ଅଧିକାରୀ ନିହାର ରଞ୍ଜନ ମଲ୍ଲିକ, ବ୍ରବେସିନାରୀ ଆଇ ଏଫ ଏସ ଲବଲି ଜୈନ ଅବସରପ୍ରାପ୍ତ ବନ୍ୟପ୍ରାଣୀ ତତ୍ୱବାଧାରକ ଅନୁପମ ବାନାର୍ଜୀ ,ଆଦି ଯୋଗଦେଇ ଆଗାମୀ ଗ୍ରୀଷ୍ମ ଋତୁରେ ବନାଗ୍ନି ପ୍ରତିରୋଧ ଓ ସଚେତନତା ଶିବିରକୁ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ ପରିଚାଳନା କରି ଚଳିତ ସମୟରେ ବନ ପୋଡ଼ି କିପରି ରୋକା ଯାଇପାରିବ ସେଦିଗରେ ବିଶଦ ଭାବେ ନାଟକ ଓ ଗୀତ ମାଧ୍ୟମରେ ସଚେତନ କରିଥିଲେ ଏବଂ ଚଳିତ ବର୍ଷ ବନାଗ୍ନି କର୍ମଚାରୀଙ୍କ ପାଇଁ ବୀମା ଭୁକ୍ତ ସହିତ ସୁରକ୍ଷା ସମ୍ପର୍ଣ୍ଣ ପୋଷାକ ପରିଚ୍ଛଦ ଓ ରାସନ ବ୍ୟବସ୍ଥା ଆଦି ଯୋଗାଇ ଥିବା ହେତୁ ବନଖଣ୍ଡ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏବଂ ଆଧୁନିକ ବ୍ୟବହାରକାରୀ ଉପକରଣ ଦେଇ ବଡ଼ଗଡ଼ ବନାଞ୍ଚଳରେ ଆଦୌ ଯେପରି ନିଆଁ ନଲାଗିବ ସେଦିଗରେ ସଭିଏଁ ମିଳିମିଶି କାର୍ଯ୍ୟ କରିବା ସହ ବନ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ଓ ବନ ସୁରକ୍ଷା ପାଇଁ ଏକତ୍ର କାର୍ଯ୍ୟ କରି ଏହି ବନାଞ୍ଚଳରେ ଯେପରି ନିଆଁ ଆଦୌ ନଲାଗିବ ସେଦିଗରେ ଉଭୟ ବନ କର୍ମଚାରୀ ଅଞ୍ଚଳ ବାସୀଙ୍କ ସହଯୋଗ ଲୋଡିଛନ୍ତି ଅଧିକାରୀଗଣ। ମାନବ ସମାଜ ଏତେ ଶିକ୍ଷିତ ଓ ସଭ୍ୟ ସତ୍ତ୍ୱେ ନିଜର ସ୍ୱାର୍ଥ ସାଧନ ପାଇଁ ପ୍ରକୃତିକୁ ନଷ୍ଟ କରି ପରୋକ୍ଷରେ ନିଜର ହିଁ କ୍ଷତି କରୁଥିବା କହିଛନ୍ତି ଅନୁପମ ବାନାର୍ଜୀ ।ସୁଦୂର କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଆସିଥିବା ସଚେତନକାରୀ ସଦସ୍ୟମାନଙ୍କ ଆକର୍ଷନୀୟ ନାଟକ ଓ ସଚେତନ ଧର୍ମୀ ବାର୍ତା କାର୍ଯ୍ୟକ୍ରମର ଅନନ୍ୟ ଆକର୍ଷଣ ଥିଲା। ଏବଂ ଏହି ଦଳ ଏହି ବନାଞ୍ଚଳର ଅନୁନ୍ନତ ଓ ଅଧ୍ୟୁଷିତ ଗ୍ରାମ ମାନଙ୍କୁ ଯାଇ ସଚେତନତା କରାଯିବା ନେଇ କହିଛନ୍ତି ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ।ଗ୍ରୀଷ୍ମ ଦିନରେ ଜଙ୍ଗଲରେ ନିଆଁ ଲାଗିଲେ ବନ କର୍ମଚାରୀମାନେ ବନାଗ୍ନି ସଦସ୍ୟମାନଙ୍କୁ ଧରି ବିଭିନ୍ନ ପଏଣ୍ଟରେ ନିଆଁ ଲିଭାଇବାକୁ ସୁରକ୍ଷା ସରଞ୍ଜାମ ଓ ନିଜକୁ ପ୍ରତିରୋଧ କରିବା ନେଇ ଅଗ୍ନିକ ମାନଙ୍କୁ ସରଞ୍ଜାମ ବଣ୍ଟନ କରାଯାଇଛି ଓ ବନାଗ୍ନିକୁ ଶତପ୍ରତିଶତ ରୋକିବା ପାଇଁ ପ୍ରୟାସ କରିବା ପାଇଁ ନିଜ କୌଶଳ ଦେଖାଇଛନ୍ତି। ନିଆଁ ଦାଉରୁ ଜଙ୍ଗଲ କୁ ସୁରକ୍ଷା ଦେବା ଦିଗରେ ବନପାଳ ଓ ବନରକ୍ଷୀମାନେ ନିଜ ନିଜ ସେକସନ୍ ଓ ବିଟ୍‌ରେ ବନାଗ୍ନି ନିରାକରଣ ଓ ପ୍ରତିରୋଧ ବାବଦରେ ଅଗ୍ନି ନିର୍ବାପକ ଲାଇନ ବ୍ୟବସ୍ଥା ସହିତ କମ ନିଆଁ ଲାଗିଥିଲା ବେଳେ ନିଜ ଉଦ୍ୟମରେ ସାଧନ କରିବା ପାଇଁ ମତ ପ୍ରକାଶ ପାଇଛି।, ନିଆଁ ଦାଉରୁ ଜଙ୍ଗଲ କୁ କିଭଳି ସୁରକ୍ଷା ଦେଇ ହେବ ଓ ନିରାକରଣ ବାବଦରେ ସୋରଡ଼ା ଅଗ୍ନିଶମ କର୍ମଚାରୀଗଣ ରହି ସଦୃଶ ବ୍ୟବହାର ପରଖିଥିଲେ।