
ଚୌଦ୍ୱାର(ଶିବବ୍ରତ ଦାସ ): ନଖରା ପଞ୍ଚାୟତ ଅନ୍ତର୍ଗତ ଅଙ୍ଗଦରାଢିହ କନକେଶ୍ୱର ଖେଳ ପଡ଼ିଆରେ ପଞ୍ଚାୟତ ପ୍ରିମୀୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ଲିଙ୍ଗରାଜ ଦାସଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଟେଟ୍ରାହେଡେନ୍ ଗ୍ରୁପ୍ ର ଅଧକ୍ଷ ତ୍ରିଦେବ ବେହେରା ଓ ଶାଳଗାଁ ସରପଞ୍ଚ ପବିତ୍ର ମୋହନ ଉପାଧ୍ୟାୟ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ୍ ରେ ୨୩ ରନ୍ ବ୍ୟବଧାନରେ ଶ୍ରଦ୍ଧା ଇଲେଭେନ୍ ଷ୍ଟାର୍ କୁ ପରାସ୍ତ କରି ସୌମ୍ୟଜିତ୍ ଷ୍ଟ୍ରାଇକର୍ସ ଚମ୍ପିୟାନ୍ ହୋଇଛି । ଏଥିରେ ସର୍ବାଧିକ ରନ୍ କରି ଜ୍ଞାନରଂଜନ ସ୍ୱାଇଁ ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଅତିଥି ମାନଙ୍କ ଦ୍ୱାରା ଉଭୟ ଚମ୍ପିୟାନ୍ ଓ ରନର୍ସଅପ ଟିମ୍ କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ କୁ ଦୀପକ ସାହୁ ଓ ମନୋରଞ୍ଜନ ସ୍ୱାଇଁ ପରିଚାଳନା କରିଥିବା ବେଳେ ଆନନ୍ଦ ନାୟକ,ଭଗବାନ ବେହେରା,ମନୋଜ କୁମାର ଦାସ,ପ୍ରଶାନ୍ତ କୁମାର ମହାନ୍ତି ,ଚିତ୍ତରଞ୍ଜନ ସ୍ୱାଇଁ,ବିଶ୍ୱଜିତ୍ ସିଂହ,ମନୋରଜଂନ ରାଉତ,ଦୀପ୍ତିରଞ୍ଜନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।