
ଚୌଦ୍ୱାର (ଶିବବ୍ରତ ଦାସ ) ପିଏମଶ୍ରୀ ଓଟିଏମ୍ ହାଇସ୍କୁଲର ଛାତ୍ରୀମାନଙ୍କ ନିମନ୍ତେ କିଶୋରୀ ସ୍ୱାସ୍ଥ୍ୟବସ୍ଥା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର କାମଚଳା ପ୍ରଧାଶିକ୍ଷୟିତ୍ରୀ ପୂର୍ଣ୍ୟତୟା ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ.ଇନ୍ଦ୍ରାଣୀ ପ୍ରିୟଦର୍ଶିନୀ,ମୁଖ୍ୟ ବକ୍ତା ଭାବେ ରାଜ୍ୟ ମାନବାଧିକାର ପରିଷଦର ଅଧ୍ୟକ୍ଷା ସସ୍ମିତା ଦାସ ଯୋଗଦେଇଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରୀମାନଙ୍କୁ ସୁସ୍ଥ ଭାବେ ବଢ଼ିବା,ଆବେବିକ ସୁସ୍ଥତା,ମାନସିକ ସ୍ୱାସ୍ଥ୍ୟ,ପାରସ୍ପରିକ ସମ୍ପର୍କ,ଲିଙ୍ଗଗତ ସମାନତା,ପୋଷଣ ତତ୍ତ୍ୱ,ମାଦକ ଦ୍ରବ୍ୟ ସେବନର ପ୍ରତିରୋଧ ଓ ପରିଚାଳନା, ସ୍ୱାସ୍ଥ୍ୟକର ଜୀବନ ଶୈଳୀ, ପ୍ରଜଜନ ସ୍ୱାସ୍ଥ୍ୟ, ଏଚଆଇଭି ପ୍ରତିରୋଧ,ହିଂସା ଏବଂ ଆଘାତ ବିରୋଧରେ ନିରାପତ୍ତା ସହ ସୁରକ୍ଷା ,ସାମାଜିକ ଗଣମାଧ୍ୟମର ନିରାପଦ ବ୍ୟବହାର ଉପରେ ଉପସ୍ଥିତ ଅତିଥିମାନେ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଷଷ୍ଠ ରୁ ନମ୍ବମ ଶ୍ରେଣୀର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ହେମଲତା ବିଶୋଇ,ସମାପ୍ତି ଦାସ, ସ୍ନାତକିତା ପ୍ରଧାନ ଓ ମନସ୍ମିତା ରାଉତ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।