ଜନଗଣନା ନେଇ ଭଞ୍ଜନଗର ମୁନିସିପାଲିଟିରେ ତାଲିମ ଅନୁଷ୍ଠିତ

ଭଞ୍ଜନଗର ୨୬/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗରରେ ଜନଗଣନା ପାଇଁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜନଗଣନା ଅଧିକାରୀ ଦାୟିତ୍ବରେ ଥିବା ଭଞ୍ଜନଗର ତହସିଲଦାର ଅଭିପ୍‌ସା ପଟ୍ଟନାୟକଙ୍କ ପୌରୋହିତ୍ୟରେ ଦୀନବନ୍ଧୁ ବେ‌ହେରା ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଦ୍ବିତୀୟ ପର୍ଯ୍ୟାୟରେ ଗଣନାକାରୀ ଓ ସୁପରଭାଇଜରଙ୍କୁ ତାଲିମ ଦିଆଯାଇଛି। ସେହିଭଳି ପୌରପାଳିକାରେ ଜନଗଣନା ଅଧିକାରୀ ଦାୟିତ୍ବରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡାଙ୍କ ପୌରୋହିତ୍ୟରେ ଗଣନାକାରୀ ଓ ସୁପରଭାଇଜରଙ୍କୁ ମିଶାଇ ୯ ଦିନରେ ୧୦୪ ଜଣଙ୍କୁ ତାଲିମ ଦିଆଯାଉଛି। ଏଥିପାଇଁ ଏନ୍‌.ଅରୁଣ କୁମାର ଓ ଶୁଭମ ପାଢ଼ୀ ତାଲିମ ପ୍ରଦାନ କରୁଛନ୍ତି। ଜନଗଣନାରେ ସାମିଲ ହେବାକୁ ଥିବା ଗଣନାକାରୀ କିଭଳି ଘର ଗଣନା କରିବେ ‌ଏବଂ ଘରକୁ ଘର ବୁଲି ଲୋକଙ୍କ ଠାରୁ ବିିଭିନ୍ନ ତଥ୍ୟ ସଂଗ୍ରହ କରିବେ ସେ ସଂର୍ପକରେ ଜନଗଣନାକାରୀ ଓ ସୁପରଭାଇଜର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।ଜନଗଣନା ଆସନ୍ତା ଏପ୍ରିଲ ୧ତାରିଖରୁ ଗଣନାକାରୀ ମାନେ ପ୍ରଥମେ ଗଣନା କରିବା ପରେ ଏପ୍ରିଲ ୧୬ ତାରିଖରୁ ମେ ୧୫ ତାରିଖ ଯାଏଁ ଘରକୁ ଘର ଯାଇ ଗଣନା କରିବେ ବୋଲି ଜଣାପଡିଛି।