
ଭଞ୍ଜନଗର ୨୭/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ)ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କୁଲାଡ଼ ବିଟ ଖପରା ପଲ୍ଲୀ ଗ୍ରାମ ଭିତରେ ପଶିଗଲେ ଦୁଇଟି ହାତୀ। ବଣିଆ ପଲ୍ଲୀ ଜଙ୍ଗଲରୁ ବାହାରି ମାଜଣା, ଅନ୍ଧାରୁଆ, ଜଗନ୍ନାଥ ପଦର, ଗୁପାଟ ପ୍ରଭୁତି ଜମିଗୁଡିକରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ସେ ଭିତରେ ଗୋଟିଏ ଦନ୍ତା ହାତୀ ଏବଂ ଗୋଟିଏ ମାଈ ହାତୀ ଥିବା ଜଣାପଡିଛି। ସୂଚନା ପ୍ରକାରେ ଖପରା ଗ୍ରାମର ଲୋକମାନେ ଖାଇ ସାରି ଶୋଇବା ପରେ ହଟାତ ବାରିପଟୁ ହାତୀ ବୋବାଇବା ଶବ୍ଦ ଶୁଭିଥିଲା। ଅତର୍କିତ ଭାବେ ଗ୍ରାମର ଲୋକ ମାନେ ଠେଙ୍ଗା ବାଡ଼ି ବାଣ ଧରି ହାତୀକୁ ଘୋଉଡାଇ ଥିଲେ। ସେହିସମୟରେ ହାତୀ ଦୁଇଟି ଗ୍ରାମ ନିକଟସ୍ଥ ଗୁଆ ପୋଖରୀ ରେ ଗାଧୋଉ ଥିବାର ଦେଖିଥିଲେ। ଲୋକମାନଙ୍କ ପାଟି ଶୁଣି ହାତୀ ଦୁଇଟି ଫସଲ ଜମି ମଧ୍ୟ ଦେଇ ପୁଣି ଜଙ୍ଗଲ କୁ ପଳାଇଥିଲେ।ବନ ବିଭାଗର କର୍ମଚାରୀ ମାନେ ଆସି ହାତୀକୁ ଘୋଉଡାଇବାରେ ସହଯୋଗ କରିଥିଲେ।