ଜଗନ୍ନାଥ ପ୍ରସାଦରେ ଦୁଇ ରାତିରେ ତିନି ଚୋରି; ସୁରାକ ପାଉନି ପୋଲିସ

ଜଗନ୍ନାଥ ପ୍ରସାଦ :୨୮/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗତ ଦୁଇ ଦିନ ଧରି ଜଗନ୍ନାଥ ପ୍ରସାଦ ମୁଖ୍ୟ ବଜାରରେ ଚୋରି ଆତଙ୍କ l ଲୋକଙ୍କ ଆଖିରୁ ନିଦ ହଜେଇ ଦେଇଛି l ଚୋରି ହୋଇଥିବା ଲୋକମାନେ ହେଲେ ହାଟପଦା ମୁଖ୍ୟ ବଜାରରେ ଥିବା ତ୍ରିନାଥ ଜୁଏଲର୍ସର ମାଲିକ ଟି.ତ୍ରିନାଥ ଆଚାରୀ ଓ ମୁଖ୍ୟ ବଜାରରେ ଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନ l ଟି .ତ୍ରିନାଥ ଆଚାରୀଙ୍କ ଘରୁ ୨୫ ରିଖ ମଧ୍ୟରାତ୍ରରେ ଚୋରମାନେ ଲୁହାଗ୍ରିଲ କାଟି ଘର ଭିତରୁ ନଗଦ ୫୦ହଜାର, ସୁନା କାନର ୨ହଳ, ରୁପା ପାଉଛି ୧୦ହଳ ଏବଂ ୨୨କ୍ୟରେଟା ସୁନା ୭ ଗ୍ରାମ ଏବଂ ଦୋକାନ ପାଖ ଘର ଲୁହା ଆଲମିରା ଭାଙ୍ଗି ଚୋରମାନେ ଚୋରି କରି ନେଇଛନ୍ତି l ତ୍ରିନାଥ ଏ ନେଇ ୨୬ରିଖ ସକାଳେ ଥାନାରେ ଅଭିଯୋଗ ଦେଇଥିଲେ l ସେହିପରି ୨୬ମଧ୍ୟ ରାତ୍ରିରେ ମୁଖ୍ୟ ରାସ୍ତାରେ ଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନଙ୍କ ଘରୁ ପୁଣି ଏକ ବଡ ଧରଣର ଚୋରି ହୋଇଥିବା ଜଣାପଡିଛି l ତାଙ୍କ ଅଭିଯୋଗ ପ୍ରକାରେ ମଧ୍ୟରାତ୍ରରେ ସେ ରହୁଥିବା ଘର ବାରିପଟ କବାଟ ଭାଙ୍ଗି ଘର ଭିତରେ ପଶି ତୃତୀୟ ବଖରାରେ ଥିବା ଏକ କାଠ ଆଲମିରା ଭାଙ୍ଗି ସେଥିରେ ଥିବା ୧୨ଭରି ସୁନା ଅଳଙ୍କାର, ୧୮ଭରି ରୁପା ସମେତ ନିଜର ଦେହ ଚିକିତ୍ସା ପାଇଁ ନଗଦ ୧.୫ ଲକ୍ଷ ଟଙ୍କା ଚୋରି ହୋଇଯାଇଥିବା ମଧ୍ୟ ରାତ୍ରରେ ଜଣାପଡିବା ପରେ ସଙ୍ଗେସଙ୍ଗେ ଥାନାକୁ ଫୋନ କରିଥିଲେ l ଥାନା କର୍ମଚାରୀ ଆସି ତଲାସି କରିଥିଲେ ମଧ୍ୟ କୌଣସି ସୁରାଗ ପାଇ ନ ପାରି ଥାନାକୁ ଫେରି ଯାଇଥିଲେ l ପୋଲିସ ଡାଳେଡାଳେ ଗଲେ ଚୋର ପତ୍ରେପତ୍ରେ ଯାଉଥିବା ଭଳି ଏକ ଘଟଣା ପୁଣି ଦେଖିବାକୁ ମିଳିଛି l ପୁଣି ସେହି ରାତିରେ ସମାନ ଢଙ୍ଗରେ ନିରଞ୍ଜନ ପ୍ରଧାନ ଘର ଠାରୁ ମାତ୍ର ୨୦୦ମିଟର ଦୂରରେ ଥିବା ମାମି ଗୌଡ଼ଙ୍କ ଘର ବାରିପଟ କବାଟ ତାଡି ଘରର ଯାବତୀୟ ଆସବାସ ପତ୍ର ଯଥା ଦାମୀ ଲୁଗାପଟା, ବ୍ୟବହାର ଯୁକ୍ତ ରସ, ଷ୍ଟିଲ କଂସlବାସନ ଓ କାଠ ସିନ୍ଦୁକ ଖୋଳି ସେଥିରେ ଥିବା ୧୦ହାଜର ଟଙ୍କା ଓ କଂସା ପିତଳ ସମାନ ଚୋରି ହୋଇ ଯାଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ପାଇଲା ପରେ ଜଗନ୍ନାଥ ପ୍ରସାଦ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା, ଭଞ୍ଜନଗର ପୋଲିସ ଉପଖଣ୍ଡ ଅଧିକାରୀ ଡ଼ଃ.ଦୀପକ କୁମାର ମିଶ୍ର ସଦଳବଳେ ପହଂଚି ଚୋରି ହୋଇଥିବା ପରିବାର ସହ ଆଲୋଚନା କରି ଛନାଭିନ ଆରମ୍ଭ କରିଥିଲେ l ଦୁଇ ଦିନରେ ତିନି ତିନୋଟି ଚୋରି ଘଟଣା ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି l ଏଠାରେ ପ୍ରକାଶ ଯେ ପୂର୍ବରୁ ଜଗନ୍ନାଥ ପ୍ରସାଦ ସହରତଳି ଗ୍ରାମ ଗୁଡିକରେ ସମାନ ଧରଣର ଏକାଧିକ ଚୋରି ଅଭିଯୋଗ ହୋଇଥିବା ବେଳେ ଏବେ ଚୋରମାନେ ପୋଲିସକୁ ଚାଲେଞ୍ଜ ଦେବା ନ୍ୟାୟରେ ମୁଖ୍ୟାଳୟରେ ଚୋରି କରିବା ପୋଲିସର କାର୍ଯ୍ୟ ଦକ୍ଷତା ପ୍ରତି ଆଙ୍ଗୁଳି ନିର୍ଦେଶ କରିଛି l ତେବେ ଜଗନ୍ନାଥ ପ୍ରସାଦ ଥାନାରେ ଅଧାରୁ ଅଧିକ ଅଧିକାରୀ ପଦବୀ ଖାଲି ପଡିଥିବାରୁ ଏଭଳି ଚୋରି ବୃଦ୍ଧି ପାଉଥିବା ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହେଉଛି l