ଯୁକ୍ତ ଦୁଇ ଛାତ୍ରଙ୍କୁ ଆକ୍ରମଣ, ଜଣେ ଅଟକ

ଭଞ୍ଜନଗର ୨୯/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡିହପଢାଳ ନିକଟସ୍ଥ ବଡ଼ନଦୀରେ ଗାଧୋଉଥିବା ସମୟରେ ଜଣେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରବିବାର ସକାଳେ ଆକ୍ରମଣ ହୋଇଛି। ଛାତ୍ର ଜଣଙ୍କ ହେଲେ ନୂଆଗାଁର ଅଶୋକ ନାଇକ। ପୋଲିସ ଏହି ମାମଲାରେ ଆକ୍ରମଣକାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ପୋଲିସ ସନ୍ଦେହ କରୁଛି।

ସୁଚନାନୁସାରେ, ଅଶୋକ ଆଜି ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଡିହପଢ଼ାଳର ଜଣେ ଯୁବକ ଆସି ହଠାତ୍‌ କିଛି ଯୁକ୍ତିତର୍କ କରିବା ପରେ ଅଶୋକଙ୍କ ବାମ ହାତକୁ ଖଣ୍ଡାରେ ହାଣି ଦେଇଥିଲେ। ଗୁରୁତର ଅବସ୍ଥାରେ ଅଶୋକଙ୍କୁ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି।