କୋରାପୁଟ: ଓଡିଆ ପକ୍ଷ ପାଳନ ଅବସରରେ ସ୍ବଚ୍ଛତା ଅଭିଯାନ

କୋରାପୁଟ,୬।୪ (ପ୍ରଭାତ କୁମାର ସୁତାର, କୋରାପୁଟ ଜିଲ୍ଲା ପ୍ରତିନିଧି, ଓଡିଶା ଟୁଡେ) ଓଡିଆ ପକ୍ଷ ପାଳନ ଅବସରରେ କୋରାପୁଟ ସହରରେ ସ୍ବଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି।କୋରାପୁଟ ଜଗନ୍ନାଥ ମନ୍ଦିର, ମା ମୁତ୍ୟାଲୁମା ମନ୍ଦିର ଏବଂ ବିଭିନ୍ନ କାର୍ଯ୍ୟାଳୟରେ ସମୂହ ସଫେଇ କାର୍ଯ୍ୟ କରାଯାଇଛି।କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ,ଉପାଧ୍ୟକ୍ଷା ସବିତା ପଣ୍ଡା,କୋରାପୁଟ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ, ଡେପୁଟି କଲେକ୍ଟର ସୌରଞ୍ଜିତା ମାଝୀ ,କାଉନସିଲର ଏବଂ ପୌର ପରିଷଦ କାର୍ଯ୍ୟାଳୟର କର୍ମଚାରୀ ମାନେ ଯୋଗଦେଇ ପରିବେଶକୁ ସଫା କରିଥିଲେ।ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ସହ ପରିବେଶ ସ୍ବଚ୍ଛ ଓ ସୁନ୍ଦର କରିବା ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ବଚ୍ଛତା ଅଭିଯାନର ଲକ୍ଷ୍ୟ ଅଟେ ବୋଲି ଜଣାପଡ଼ିଛି।