
ଚୌଦ୍ୱାର (ଶିବବ୍ରତ ଦାସ )- ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଶ୍ରୀ ଶ୍ରୀ ହନୁମାନ ମହାପ୍ରଭୁ ଙ୍କ ସପ୍ତମ ବାର୍ଷିକ ଯଜ୍ଞ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଶାଳଗାଁ ପଞ୍ଚାୟତ ଅନ୍ତର୍ଗତ ବେଗୁନିଆ ଗ୍ରାମରେ ଥିବା ହନୁମାନ ପୀଠରେ ମହା ସମାରୋହରେ ପାଳିତ ହୋଇଯାଇଛି ଅନୁଷ୍ଠିତ ଯଜ୍ଞକୁ ଯଶୋବନ୍ତ ସାହୁ ପରିଚାଳନା କରିଥିବାବେଳେ କର୍ତ୍ତା ଭାବେ ଦିନେଶ ରାଉତ ତାଙ୍କ ପତ୍ନୀ ଭାରତୀ ରାଉତ ଆହୁତି ପ୍ରଦାନ କରିଥିଲେ ଏହି ଯଜ୍ଞ ଚାରିଦିନ ଧରି ଚାଲିଥିବାବେଳେ ପ୍ରଥମ ଦିନରେ ଅଙ୍କୁରାରୋପଣ ଦ୍ୱତୀୟ ଦିନରେ କଳସ ଶୋଭାଯାତ୍ରା ସୂର୍ଯ୍ୟ ପୂଜା, ମଣ୍ଡଳାଧିବେଶ, ଯଜ୍ଞାଶାଳା ପୂଜା, ଆହୁତି ପ୍ରଦାନ ତୃତୀୟ ଦିନରେ ଗୋପୁଜା, ଶୋଢଶ ଗୀତା ପାଠ ହନୁମାନ ଚାଳିଶା ପାଠ ଚତୃର୍ଥ ଦିନରେ ପୂର୍ଣ୍ଣାହୂତି, ସାଂକୃତିକ କାର୍ଯ୍ୟକ୍ରମ, ପ୍ରସାଦ ସେବନ ମାନ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ପଵିତ୍ର ସାହୁ, ପରମାନନ୍ଦ ସାମଲ, ବାବୁଲି ସାହୁ, କାର୍ତ୍ତିକ ନାୟକ, ଶିବ ପ୍ରଧାନ, ପୁରସ୍ତମ ରାଉତ ପ୍ରମୁଖ ପରିଚାଳନା କରିଥିବାବେଳେ ସମସ୍ତ ଗ୍ରାମବାସୀ ସହଯୋଗର ହତାବଢ଼ାଇଥିଲେ ଚାରିଦିନ ଧରି ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିବାବେଳେ ହନୁମାନଙ୍କ ପୂଜା ମନ୍ତ୍ର ଧ୍ଵନିରେ ଆଖପାଖ ଅଂଚଳ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା