ସୋରଡ଼ାରୁ ପୁରୀ ଗଲା ରଥକାଠ, ରଥ ନିର୍ମାଣ ପାଇଁ ୫୬ ଖଣ୍ଡ ଢଉରା ଓ ଆସନ କାଠ

ସୋରଡା : ଗଞ୍ଜାମ ଜିଲ୍ଳା ସୋରଡ଼ାରୁ ପୁରୀ ଗଲା ରଥକାଠ । ରଥ ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଳା ସୋରଡା ବନାଞ୍ଚଳର ପଣ୍ଡାଖୋଳ ଜଙ୍ଗଲରୁ ଚତୁର୍ଥ ଥର ପାଇଁ ପୁରୀ ଅଭିମୁଖେ ଯାଇଛି ୨ଟି ଟ୍ରକ ରେ ୫୬ ଖଣ୍ଡ ଢଉରା ଓ ଅସନ କାଠ । କାଠ ଯିବା ସମୟରେ ପାଟପଲ୍ଲୀ ଛକ ନିକଟରେ ବନବିଭାଗ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜୟ ଜଗନ୍ନାଥ ଧ୍ୱନି ରେ କମ୍ପି ଉଠିଥିଲା ପରିବେଶ । ମହିଳା ଭକ୍ତମାନେ ନୂତନ ଲୁଗା କାଠ ଉପରେ ପକାଇ ବନ୍ଦାପନା କରିଥିଲେ । ଭଞ୍ଜନଗର ଏସଚିଏଫ୍ ଓ ସୋରଡା ବନବିଭାଗ ରେଞ୍ଜର ସବୁଜ ପତାକା ଦେଖାଇ ଟ୍ରକକୁ ପୁରୀ ଅଭିମୁଖେ ଛାଡିଥିଲେ ।