କଳିଙ୍ଗ ପବ୍ଲିକ ସ୍କୁଲରେ ଶତପ୍ରତିଶତ ସଫଳତା

ଚୌଦ୍ୱାର (ଶିବବ୍ରତ ଦାସ ) ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରେ କଳିଙ୍ଗ ପବ୍ଲିକ ସ୍କୁଲ ଏକ ଗର୍ବର ଅଧ୍ୟାୟ ଲେଖିଛି। ବିଦ୍ୟାଳୟର ପରୀକ୍ଷା ଫଳାଫଳରେ ଶତ ପ୍ରତିଶତ ସଫଳତା ହାସଲ ହୋଇଥିବା ବେଳେ, ସମୁଦାୟ ୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରି ସମସ୍ତେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ଗୌରବକୁ ଅଧିକ ଉଜ୍ଜ୍ୱଳ କରିଛନ୍ତି। ଏହି ଅଦ୍ଭୁତ ସଫଳତା ପଛରେ ରହିଛି ବିଦ୍ୟାଳୟ ପରିଚାଳନା କମିଟିର ସଂଘବଦ୍ଧ ପ୍ରୟାସ ଏବଂ ପ୍ରଧାନ ଶିକ୍ଷୟତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ। ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କ ନିରନ୍ତର ନିର୍ଦ୍ଦେଶନା ଓ ଛାତ୍ରଛାତ୍ରୀମାନଙ୍କ ଲଗନ ଏହି ଫଳାଫଳକୁ ସମ୍ଭବ କରିଛି। ଏହି ସଫଳତାକୁ ଅବଲମ୍ବନ କରି ଅଭିଭାବକମାନେ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଥିବା ସହ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରିଛନ୍ତି। ଏହା ସହିତ, ଭବିଷ୍ୟତରେ ମଧ୍ୟ ବିଦ୍ୟାଳୟ ଏଭଳି ଶ୍ରେଷ୍ଠ ପରିଣାମ ଜାରି ରଖିବ ବୋଲି ସମସ୍ତଙ୍କ ଆଶା ପ୍ରକାଶ ପାଇଛି।