ଯୋଲକୋ ରେତନଦୀ ପାଖରେ ଥିବା ମେଗା ଉଠା ଜଳ ସେଚନ ପ୍ରକଳ୍ପ ଚାଷୀକୁ ପାଣି ଯୋଗାଇବାରେ ବିଫଳ

କେସିଙ୍ଗା ବ୍ଲକ -୦୬/୦୫ (ପର୍ଶୁରାମ ସିନ୍ଦୁର, କଳାହାଣ୍ଡି ଜିଲ୍ଲା ପ୍ରତିନିଧି): କେସିଙ୍ଗା ବ୍ଲକ ଲଇତରା ଗ୍ରାମ ପଞ୍ଚାୟତ ଯୋଲକୋ ଗ୍ରାମ ନିକଟସ୍ଥ ରେତନଦୀ ରେ ରହିଛି ବୃହତ ଉଠା ଜଳ ସେଚନ ପ୍ରକଳ୍ପ ଓଡିଶା ସରକାରଙ୍କ ଦ୍ଵାରା ଉକ୍ତ ପ୍ରକଳ୍ପ ୨୦୨୧ ମସିହା ଠାରୁ କାର୍ଯ୍ୟ କ୍ଷମ ହେଇ ୨୬ ଗୋଟି ଆଉଟ ଲେଟ ମାଧ୍ୟ୍ୟମରେ ଲଇତରା, ଯୋଲକୋ, କର୍ଲାଭାଡ଼ି ୩ ଟି ଗ୍ରାମକୁ ପାଣି ଯୋଗାଇ ଦିଆ ଯାଉଥିଲା ଉକ୍ତ ପ୍ରକଳ୍ପର ୫୦୦ ସହ ହେକ୍ଟର ଚାଷ ଜମି ଆଇ କଟରେ ଥିଲେ ମଧ୍ୟ ୧୦୦ ହେକ୍ଟର ୨୬ ଗୋଟି ଆଉଟ ଲେଟର ପାଣି ପାଇ ପାରୁଛି ବାକି ସବୁ ଶୁଖିଲା ପଡୁଛି,ଲଇତରା ଗ୍ରାମ ପଞ୍ଚାୟତ ର ୨୬ ଟି ଆଉଟ ଲେଟ ମଧ୍ୟରୁ ଯୋଲକୋ ଗ୍ରାମର ୪ ଗୋଟି ଆଉଟ ଲେଟ ନମ୍ବର ୩୦,୩୨,୩୩, ଓ ୧୦, ଏବଂ କର୍ଲାଭାଡ଼ି ର ୧୭,ଓ ୨୨ ନମ୍ବର ସମ୍ପୂର୍ଣ ବନ୍ଧ ହେଇ ପଡିଛି ଚାଷୀ ମାନଙ୍କ ଅଭିଯୋଗ ଅନୁଯାଇ ବିଶ୍ୱରାଜ କମ୍ପାନୀ ସୁପରଭାଇଜର ଙ୍କ ଅବହେଳା ଯୋଗୁ ଉକ୍ତ ଆଉଟ ଲେଟ ଗୁଡିକ ପାଣି ଯୋଗେଇବାରେ କାର୍ଯ୍ୟ କ୍ଷମ ହେଇ ପାରୁନାହିଁ କିଛି ବ୍ୟବସାୟୀ ରାସ୍ତା କଡ ଜମି କିଣୀ ରାଇସମିଲ ତିଆରି କରିଛନ୍ତି ଏବଂ କିଛି ବ୍ୟବସାୟୀ ଜମି କିଣି ନିଜ ଜମିର କିସମ ପରିବର୍ତନ କରି ପାଣି ଛାଡୁ ନାହାନ୍ତି ଫଳରେ ଚାଷୀଙ୍କ ଜମିରେ ପାଣି ମାଡି ପାରୁନାହିଁ, ଉକ୍ତ ଅଭିଯୋଗ ପଞ୍ଚାୟତ ତରଫରୁ ୩ ଥର ଅଭିଯୋଗ କରି ପ୍ରକଳ୍ପ ପରିସରରେ ବିଭାଗୀୟ ତଥା ଜେଇ, ଏସଡିଓ, ଓ ସୁପର ଭାଇଜର ଙ୍କୁ ଡାକି ୩ ଥର ବୈଠକ କରି ମଧ୍ୟ ସେମାନେ କୋଣସି ପ୍ରକାର ସହଯୋଗ କରି ସମାଧାନ କରୁନାହାନ୍ତି କମ୍ପାନୀ ଓ ବିଭାଗୀୟ କତୃପକ୍ଷ ଜାଣିଶୁଣି ଏହାକୁ ଧ୍ୟାନ ଦେଉ ନାହାନ୍ତି ଏବଂ ଉକ୍ତ ଗୋଟି ଆଉଟ ଲେଟକୁ ସମ୍ପୂର୍ଣ ବନ୍ଧ କରିଦେବା ପାଇଁ ଚକ୍ରାନ୍ତ କରୁଛନ୍ତି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି, ଦେଖିବାକୁ ବାକି ରହିଲା କାର୍ଯ୍ୟ ରତ ପ୍ରଶାସନ କେବେ ଦୃଷ୍ଟି ଦେବେ ଲଇତରା ଗ୍ରାମ ପଞ୍ଚାୟତ ୨୬ ଟି ଆଉଟ ଲେଟ ମଧ୍ୟରୁ ଯୋଲକୋ ଗ୍ରାମର ୪, ଗୋଟି ଆଉଟ ଲେଟ ନମ୍ବର ୩୦,୩୨,୩୩, ଓ ୧୦ ଏବଂ କର୍ଲାଭାଡ଼ି ର ୧୭, ଓ ୨୨ କେବେ ଚାଷୀଙ୍କ ପାଇଁ କାର୍ଯ୍ୟ କାରି ହେବ ନହଲେ ଚାଷୀ ମାନେ ଆନ୍ଦୋଳନ ଙ୍କୁ ଉଲେଇବା କୁ ଚେତାବନୀ ଦେଇଛନ୍ତି ।