ଗଞ୍ଜେଇ ଭର୍ତ୍ତି କାର ଜବତ, ଚାଳକ ଗିରଫ

ସୋରଡ଼ା ୦୯/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡା ଅବକାରୀ ଥାନା ଗଣିଛକ ଠାରେ ଗଞ୍ଜେଇ ଭର୍ତ୍ତି କାର ଜବତ ଜଣେ ଗିରଫ।ଗିରଫ ଅଭିଯୁକ୍ତ ଜଣକ ହେଲେ ରମ୍ଭା ଥାନା ଅଞ୍ଚଳର ବିଖ୍ୟାତ ନାୟକ ।ସୂଚନା ମୁତାବକ କାର ରେ ତିନି ବସ୍ତା ଗଞ୍ଜେଇ ଭର୍ତ୍ତି ହୋଇ ଦାରିଙ୍ଗିବାଡି ରୁ ଆସିକା ଅଭିମୁଖେ ଚୋରାଚାଲାଣ ହେଉଥିବା ବେଳେ ସୋରଡା ଗଣିଛକ ନିକଟରେ ପୂର୍ବରୁ ସୂଚନା ପାଇ ଛକି ରହିଥିଲା ଅବକାକାରୀ ବିଭାଗ ।ଦ୍ରୁତ ଗତିରେ ଆସୁଥିବା କାରଟିକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ୩୨ କେଜି ଗଞ୍ଜେଇ ଭର୍ତ୍ତି ହୋଇଥିବା ଜଣାପଡିଥିଲା ।ଜବତ ଗଞ୍ଜେଇର ମୂଲ୍ୟ ଚାରି ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ। ଗଞ୍ଜେଇ ଭର୍ତ୍ତି କାର ଜବତ କରିବା ସହିତ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।