
ଚୌଦ୍ୱାର (ଶିବବ୍ରତ ଦାସ ): ମାତୃ ଦିବସ ଅବସରରେ କଟକ ବଡ଼ ମେଡିକାଲରୁ ଏକ ମାନବିକତାର ଚିତ୍ର ସାମ୍ନାକୁ ଆସିଛି। ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଦୁଇ ଜଣ ବୃଦ୍ଧା ମାଆଙ୍କ ଆଖିରୁ ଲୁହ ପୋଛି ସହଯୋଗର ହାତ ବଢ଼ାଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ନିଜ ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ବିଧାୟକ ସୌଭିକ ବିଶ୍ୱାଳ କଟକ ବଡ଼ ମେଡିକାଲର ଶବ ବ୍ୟବଚ୍ଛେଦ ଗୃହ ନିକଟରେ ପହଞ୍ଚି ପରିବାର ଲୋକଙ୍କ ସୁବିଧା ଅସୁବିଧା ବୁଝିଥିଲେ। ଏହି ସମୟରେ ଦୁଇ ଜଣ ବୃଦ୍ଧା ମାଆଙ୍କ ଆଖିରେ ଲୁହ ଦେଖି ସେମାନଙ୍କ ନିକଟକୁ ଯାଇ ଦୁଃଖର କାରଣ ପଚାରିଥିଲେ। ବୃଦ୍ଧା ମାଆମାନେ ମୃତଦେହକୁ ଗ୍ରାମକୁ ନେବା ପାଇଁ ଅସୁବିଧାରେ ଥିବା କଥା ଜଣାଇବା ପରେ ବିଧାୟକ ତତ୍କ୍ଷଣାତ୍ ଗାଡ଼ି ବ୍ୟବସ୍ଥା କରି ମୃତଦେହକୁ ଗ୍ରାମକୁ ପଠାଇବାରେ ସହଯୋଗ କରିଥିଲେ। ମାତୃ ଦିବସରେ ଜଣେ ମାଆଙ୍କ ଆଖିରୁ ଲୁହ ପୋଛିବାର ଏହି ମାନବିକ ଦୃଶ୍ୟକୁ ଦେଖି ଉପସ୍ଥିତ ଲୋକେ ବିଧାୟକଙ୍କୁ ପ୍ରଶଂସା କରିଥିଲେ। ପୂର୍ବତନ ବିଧାୟକଙ୍କ ଭଳି ସମସ୍ୟା ସମୟରେ ଲୋକଙ୍କ ପାଖରେ ପହଞ୍ଚି ସହଯୋଗ କରିବାର ପରମ୍ପରାକୁ ଯୁବ ବିଧାୟକ ସୌଭିକ ବିଶ୍ୱାଳ ଆଗକୁ ବଢ଼ାଉଥିବା ନେଇ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି।