
ଚୌଦ୍ୱାର (ଶିବବ୍ରତ ଦାସ ) : ସଂସଦ ରେ ବିରୋଧୀଙ୍କ ବିରୋଧ ଯୋଗୁଁ କେନ୍ଦ୍ର ସରକାରଙ୍କ ତରଫରୁ ଆଗତ ମହିଳା ସଂରକ୍ଷଣ ବିଲ ପାସ୍ ହୋଇ ପାରିନଥିଲା । ଏହାର ପ୍ରତିବାଦରେ ବିଜେପି ଚୌଦ୍ଵାର ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ମମତା ବେହେରାଙ୍କ ନେତୃତ୍ୱରେ ଏକ “ଜନ ଆକ୍ରୋଶ ମହିଳା ପଦଯାତ୍ରା” ହୋଇଯାଇଛି । ଏହି ପଦଯାତ୍ରା ଚୌଦ୍ଵାର ମୁନିସିପାଲଟି ହାଇସ୍କୁଲ ନିକଟରୁ ଆରମ୍ଭ ହୋଇ ଗାନ୍ଧୀ ଛକ ନିକଟରେ ସମାପ୍ତ ହୋଇଥିଲା । ଏହି ପଦଯାତ୍ରା ରେ ଶତାଧିକ ମହିଳାମାନେ ଅଂଶ ଗ୍ରହଣ କରିଥିଲେ। ଗାନ୍ଧିଛକ ଠାରେ ମହିଳାମାନେ ରାହୁଲ ଗାନ୍ଧୀ,ଅଖିଳେଶ ଯାଦବ,ମମତା ବାନାର୍ଜୀ,ଅରବିନ୍ଦ କେଜରିୱାଲ ଓ ମଲୀକାର୍ଯୁନ ଖଡଗେଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।